କନକ ବ୍ୟୁରୋ: କରୋନାକୁ କାବୁ କରିବାକୁ ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପି ଜନତା କର୍ଫ୍ୟୁ । ନିଜେ ନିଜକୁ ବନ୍ଦୀ କରିଛନ୍ତି ଜନତା । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ଚାଲିବ । ଏହି ୧୪ ଘଂଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ବର୍ତମାନ ସାମାଜିକ ଦୂରତା ହେଉଛି ସବୁଠାରୁ ବଡ ଅସ୍ତ୍ର । ଯଦି ସାରାଦେଶ ଏଥିରେ ସାମିଲ ହେବ ତେବେ ସମସ୍ତଙ୍କ ମଧ୍ୟରେ ଦୂରତା ବଢିବ ନିଶ୍ଚୟ । ଏବଂ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସମର୍ଥନ ଜଣାଇ ଆଗେଇ ଆସିଛନ୍ତି । ଦେଶର ବହୁ ବ୍ୟକ୍ତି ଏହି ବିଷମ ପରିସ୍ଥିତିରେ ମଧ୍ୟ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ ସନ୍ଧ୍ୟାରେ ଛାତ ଉପରେ ତାଳି ମାରି ଥାଳି ବଜାଇ ଧନ୍ୟବାଦ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
In a few minutes from now, the #JantaCurfew commences.
Let us all be a part of this curfew, which will add tremendous strength to the fight against COVID-19 menace. The steps we take now will help in the times to come.
Stay indoors and stay healthy. #IndiaFightsCorona pic.twitter.com/11HJsAWzVf
— Narendra Modi (@narendramodi) March 22, 2020
ଜନତା କର୍ଫ୍ୟୁ ପାଇଁ ଆଜି ସମଗ୍ର ରାଜ୍ୟରେ ବନ୍ଦ ରହିବ ଘରୋଇ ବସ୍ ସେବା । ପ୍ରାୟ ୧୪ ହଜାର ଘରୋଇ ବସ୍ ଗଡିବନି ବୋଲି ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆଜି ସକାଳ ୭ଟାରୁ ରାତି ୯ଟା ଯାଏଁ ଏହି କଟକଣା ଲାଗୁ ରହିବ । ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ଏପରି ନିଷ୍ପତି ନିଆଯାଇଥିବା କହିଛିି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସେହିପରି ରବିବାର ସାରା ରାଜ୍ୟରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବ ।
ସେହିପରି ଆଜି ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍ ଚଳାଚଳ ବନ୍ଦ ଘୋଷଣା କରାଯାଇଛି । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣାରୁ ବାହାରୁଥିବା ସମସ୍ତ ସୁପରଫାଷ୍ଟ ଓ ଏକ୍ରପ୍ରେସ ଟ୍ରେନକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର, ପୁରୀ, ଭଦ୍ରକ, ବ୍ରହ୍ମପୁର, ପଲାସା, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ, ଅନୁଗୁଳ, ଗୁଣୁପୁରରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଭୋର ୪ଟାରୁ ରାତି ୧୦ ଟା ମଧ୍ୟରେ କୌଣସି ଟ୍ରେନ ଯାତ୍ରା ଆରମ୍ଭ କରିବ ନାହିଁ । ତେବେ ୪ଟା ପୂର୍ବରୁ ଯାତ୍ରା ଆରମ୍ଭ କରିଥିବା ଟ୍ରେନ ଚଳାଚଳ କରିବ । ପୂର୍ବତଟ ରେଳବାଇ ତରଫରୁ ୪୮ଟି ଏକ୍ସପ୍ରେସ ୯୩ଟି ଯାତ୍ରୀବାହୀ ଟ୍ରେନ ବାତିଲ କରାଯାଇଛି । ଜନତା କର୍ଫ୍ୟୁ ପାଇଁ ମୋଟ ୧୪୧ଟି ଟ୍ରେନ ବାତିଲ କରିଛି ପୂର୍ବତଟ ରେଳବାଇ ।