କନକ ବ୍ୟୁରୋ : ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ପାଳନ ହେଉଥିବା ଜନତା କର୍ଫ୍ୟୁକୁ ଯାଜପୁର ଜିଲ୍ଲାରେ ବିପୁଳ ସମର୍ଥନ ମିଳିଛି। ସକାଳୁ ଦୋକାନ ବଜାର, ସାପ୍ତାହିକ ହାଟ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଚିକିତ୍ସାଳୟ ଓ ମେଡିସିନ୍ ଦୋକାନ ଖୋଲା ରହିଛି। ଆଜି ଲୋକମାନେ ଘରେ ରହୁଥିବାରୁ ଆମିଷ ଖାଇବାକୁ ଆଶା କରିଥିଲେ ମଧ୍ୟ ଅଧିକାଂଶ ଆମିଷ ଦୋକାନ ବନ୍ଦ ରହିଛି।
ରାଜ୍ୟ ସରକାର ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଓ ବ୍ୟାସନଗର ସହରକୁ ଲକଡାଉନ୍ ଘୋଷଣା କରିଛନ୍ତି। ଆଜି ବହୁ ସଂଖ୍ୟାରେ ରାଜ୍ୟ ବାହାରେ କାମ କରୁଥିବା ଯାଜପୁର ଜିଲ୍ଲାର ବହୁ ଯୁବକ ନିଜ ଘରକୁ ଫେରିଛନ୍ତି। ପ୍ରଶାସନର ନଜରରେ ରଖି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ହୋମ କରେଣ୍ଟାଇନରେ ରହିବାକୁ ଅନୁରୋଧ କରାଯାଇଛି। ସମଗ୍ର ଜିଲ୍ଲାବାସୀ ଏହି ଜନତା କର୍ପ୍ୟୁକୁ ସମର୍ଥନ ହେଉଥିବା ବନ୍ଦ ଚିତ୍ରରୁ ବାରି ହୋଇ ପଡୁଛି।
Follow Us