କନକ ବ୍ୟୁରୋ: ଏସଏସ ରାଜମୌଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆରଆରଆର’ର ନୂଆ ଗୀତ ‘ଜନନୀ’ ରିଲିଜ ହୋଇଛି । ଏହି ଗୀତକୁ ଯିଏ ବି ଶୁଣିଛି ଭାବବିହ୍ୱଳ ହୋଇଛି ।ଏହି ଗୀତରେ ଦେଶ ଭକ୍ତିକୁ ନିଖୁଣ ଭାବେ ପ୍ରଦର୍ଶନ କରାଯାଇଛି । ଏଥିରେ ରାମ ଚରଣ , ଜୁନିୟର ଏନଟିଆର, ଅଜୟ ଦେବଗନ,ଆଲିୟା ଭଟ୍ଟ ଓ ଶ୍ରେୟା ଶରଣ ଅତି ଭାବପ୍ରବଣ ହୋଇପଡିଥିବା ନଜର ଆସିଛନ୍ତି । ଏହି ଗୀତ ରିଲିଜ୍ ହେବା ଖବର ପ୍ରଥମେ ରାମଚରଣ ଟ୍ୱିଟରରେ ଜଣାଇଥିଲେ । ଏହାକୁ ପୋଷ୍ଟ କରିବା ସହ କ’ଣ ଲେଖିଛନ୍ତି ଏମିତି କିଛି:

Advertisment


ଏହି ଫିଲ୍ମରେ ସ୍ୱତନ୍ତ୍ରତା ସେନାନିଙ୍କ ସଂଘର୍ଷକୁ ପ୍ରଦର୍ଶନ କରାଯାଇଛି । ଏଥିରେ ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ଓ କୋମାରାମ ଭୀମଙ୍କ କାହାଣୀକୁ ଅବତାରଣା କରାଯାଇଛି । ବିଦ୍ରୋହ ଓ ସଂଘର୍ଷର ଏହି କାହାଣୀକୁ ଦେଖିବାକୁ ଅତି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦର୍ଶକେ ।

ଫିଲ୍ମ ଆରଆରଆର ଜାନୁଆରୀ ୭ ତାରିଖରେ ରିଲିଜ ହେବ । ବଡ ବଜେଟର ଏହି ଫିଲ୍ମରେ ଖର୍ଚ୍ଚ ହୋଇଛି ୪୫୦ କୋଟି । ଏହା ଜାନୁଆରୀ ୭ ତାରିଖରେ ୫ ଟି ଭାରତୀୟ ଭାଷାରେ ରିଲିଜ ହେବ ।