ଟି-୨୦ ବିଶ୍ୱକପର ଫାଇନାଲରେ ୧୩ ବର୍ଷୀୟ ଜାନକୀ ଇଶ୍ୱରଙ୍କ ଗୀତରେ ଝୁମିଲେ ଦର୍ଶକ, ଜାଣନ୍ତୁ କିଏ ଏହି ଲିଟିଲ ଚାମ୍ପିୟନ…

312

କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପର ଫାଇନାଲ ରବିବାର ଖେଳାଯାଉଛି । ପାକିସ୍ତାନ, ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଉଛି । ତେବେ ଏହା ପୂର୍ବରୁ ମେଲବୋର୍ଣ୍ଣରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ କଳାକାର ସାମିଲ ହୋଇଥିବା ବେଳେ ସଙ୍ଗୀତ ଏବଂ ନୃତ୍ୟର ଯୁଗଳବନ୍ଦୀ ହୋଇଥିଲା ।

ଏଥିରେ ଜଣେ ୧୩ ବର୍ଷୀୟ ଭାରତୀୟ ସାମିଲ ହୋଇଥିଲା । ଜାନକୀ ଇଶ୍ୱର ଉଦଯାପନୀ ଉତ୍ସବରେ ସାମିଲ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲୀୟ ନାଗରିକ ହେଉଛନ୍ତି ଜାନକୀ । ୯୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଜାନକୀ ନିଜ ସଙ୍ଗୀତର ଯାଦୁ ଦେଖାଇଛନ୍ତି । ସୋସିଆଲ ମିଡିଆରେ ଜଣେ ସେନସେସନ ହେଉଛନ୍ତି ଜାନକୀ ଇଶ୍ୱର । ସେ ଅଷ୍ଟ୍ରେଲିଆର ରକ ବ୍ୟାଣ୍ଡ ଆଇସ ହାଉସ ସହ ନିଜର ସଙ୍ଗୀତ ପରିବେଷଣ କରିଥିଲେ । ଆଇସ ହାଉସର ଗୀତ ୱି କ୍ୟାନ ଗେଟ ଟୁ ଗେଦର ଗୀତ ଗାଇଥିଲେ ।