ଚତୁର୍ଥ-ପଂଚମ ରାଉଣ୍ଡରେ ତିର୍ତ୍ତୋଲରେ ବିଜେଡି ଆଗରେ । ୫ମ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀଙ୍କଠାରୁ ୬୪୦୦ ଭୋଟରେ ବିଜୟ ଶଙ୍କର ଆଗୁଆ

୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ୨୬୭୧ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ

113

କନକ ବ୍ୟୁରୋ: ତିର୍ତ୍ତୋଲରେ ଚତୁର୍ଥ-ପଂଚମ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି । ତେବେ ଦୁଇଟି ଯାକ ରାଉଣ୍ଡରେ ବି ବାଜି ମାରିଛି ବିଜୁ ଜନତା ଦଳ । ବିରୋଧୀଙ୍କୁ ମାତ୍ ଦେଇ ବିଜୟର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରିଚାଲିଛି ବିଜୁ ଜନତା ଦଳ । ତିର୍ତ୍ତୋଲ ଉପନିର୍ବାଚନ ଆସନରେ ଚତୁର୍ଥ-ପଂଚମ ରାଉଣ୍ଡ ଭୋଟ୍ ଗଣତିରେ ବିଜେଡିକୁ ମିଳିଛି ବିପୁଳ ମାତ୍ରାରେ ଜନସମର୍ଥନ  ।

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୬୪୦୦ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍ ୧୮୩୯୭ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୧,୯୯୭ଟି ଭୋଟ୍ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୨୪୭ଟି ଭୋଟ୍ ପାଇଛନ୍ତି ।

 

ସୂଚନରଯୋଗ୍ୟ, ଦ୍ବିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଭୋଟରେ ଆଗୁଆ ରହିଥିଲେ। ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭୮୬୭ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୫୫୭ଟି ଭୋଟ୍ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୦୫୭ଟି ଭୋଟ୍ ପାଇଥିଲେ । ସେହିପରି ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୦୭୮ ଭୋଟରେ ଆଗୁଆ ରହିଥିଲେ । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩୮୫୨ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୨୭୭୪ଟି ଭୋଟ୍ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୪୪୨ଟି ଭୋଟ୍ ପାଇଥିଲେ ।