ଆନ୍ଧ୍ରପ୍ରଦେଶର ଜନ ସେନା ପାର୍ଟିର ଜଣେ ବିଧାୟକ ପ୍ରାର୍ଥୀ ଇଲେକଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍ ଭାଙ୍ଗିଥିବା ଅଭିଯୋଗ ହେବାରୁ ଗୁରୁବାର ଦିନ ଗିରଫ ହୋଇଛନ୍ତି । ରାଜ୍ୟରେ ୨୫ଟି ଲୋକସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଛି। ପୁଲିସ କହିଛି ଯେ ମଧୁସୂଦନ ଗୁପ୍ତ ନାମକ ସେ ପ୍ରାର୍ଥୀଜଣକ ଅନନ୍ତପୁର ଜିଲ୍ଲାର ଗୁଣ୍ଟାକାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଭୋଟ୍ ପୋଲିଙ୍ଗ୍ ଷ୍ଟେସନର ଚଟାଣ ଉପରେ ଇଭିଏମ୍ କଚାଡ଼ି ଦେଇଥିଲେ ।
ଭୋଟ ଜାଲିଆତି ଅଭିଯୋଗ କରି ମୁଜାଫରନଗରର ବିଜେପି ସାଂସଦ ପ୍ରାର୍ଥୀ ସଞ୍ଜୀବ ବାଲ୍ୟାନ ନିର୍ବାଚନ କମିସନଙ୍କ ନିକଟକୁ ଯାଇଛନ୍ତି। ସକାଳ ୯ଟା ସୁଦ୍ଦା ନାଗାଲାଣ୍ଡ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୨୧% ଭୋଟର୍ ଭୋଟ୍ ଦେଇ ରେକର୍ଡ କରିଥିବା ଖବର ଆସିଛି। ଏହି ସମୟ ସୁଦ୍ଧା ସହରଣପୁରରେ ୮%, କୈରାନାରେ ୧୦%, ମୁଜାଫରନଗରରେ ୧୦%, ମିରଟ୍ରେ ୧୦%, ବିଞ୍ଜୋରରେ ୧୧%, ଗାଜିଆବାଦରେ ୧୨% ଏବଂ ଗୌତମବୁଦ୍ଧ ନଗରରେ ୧୨% ଭୋଟର ଭୋଟ୍ ଦେବାକୁ ଆସିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Capture-5.jpg)
/kanak/media/post_attachments/wp-content/uploads/2019/04/Capture-6-300x164.jpg)