କନକ ବ୍ୟୁରୋ : ଜାନୁୟାରୀ ୨୨ ତାରିଖ ଆମ ପାଇଁ ସବୁଠାରୁ ବଡ ଦିନ । ସେଦିନ ସକାଳେ ମୋ ଝିଅକୁ ନ୍ୟାୟ ମିଳିବ । ଦେଶର ଝିଅକୁ ନ୍ୟାୟ ମିଳିବ । ଦୋଷୀଙ୍କୁ ଫାସୀ ହେଲେ ନ୍ୟାୟ ବ୍ୟବସ୍ଥା ପ୍ରତି ଭରସା ବଢିବ । ଅଭିଯୁକ୍ତଙ୍କୁ ଏହିଭଳି ଭାବେ ଫାଶୀ ଦଣ୍ଡ ଦିଆଗଲେ ଅପରାଧୀ ଭୟ କରିବେ । ନିର୍ଭୟା କାଣ୍ଡର ନରପିଶାଚ ମାନଙ୍କୁ ଫାସୀଦଣ୍ଡାଦେଶ ପରେ କିଛି ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା’ ।
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କ ନାଁରେ ଆଜି ଜାରି ହେଲା ମୃତ୍ୟୁ ପରୱାନା । ୪ ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି କଲେ ପଟିଆଲା ହାଉସ କୋର୍ଟ । ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ । ଆଉ ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ତିହାର ଜେଲରେ ୪ ନରରାକ୍ଷସ ଝୁଲିବେ ଫାଶୀ ଖୁଣ୍ଟରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/2-9.jpg)