କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ୭ଜଣଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ଜମ୍ମୁରେ ଲୋକଙ୍କ ମଧ୍ୟରେ ଭୟର ବାତ୍ତାବରଣ ଖେଳିଯାଇଛି । ତେଣୁ ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ଏବେ ସାଧାରଣ ଲୋକଙ୍କ ହାତରେ ହତିଆର୍ ଦିଆଯାଉଛି । ରଜୋରୀର ଡଙ୍ଗୋରୀରେ ଲୋକଙ୍କୁ ଏସଏଲଆର୍ ଭଳି ରାଇଫଲ୍ ବଣ୍ଟା ଯାଉଛି । ଏହା ସହିତ ଲୋକଙ୍କୁ ରାଇଫଲ୍ ଚଲାଇବାର ଟ୍ରେନିଂ ମଧ୍ୟ ଦିଆଯାଉଛି ।

Advertisment

ଡଂଙ୍ଗରୀ ସରପଞ୍ଚଙ୍କ କହିବା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ପୂର୍ବତ୍ତନ ସୈନିକଙ୍କ ୧୦ଟି ରାଇଫଲ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଛି । ଏବଂ ତାଙ୍କୁ ରାଇଫଲ ଚଲାଇବାର ଟ୍ରେନିଂ ମଧ୍ୟ ଦିଆଯାଉଛି । ବର୍ତ୍ତମାନ ଯେଉଁମାନଙ୍କୁ ହତିଆର୍ ଦିଆଯାଇଛି ସେମାନେ ଗାଁର ସୁରକ୍ଷା ନିମନ୍ତେ ଭିଲେଜ୍ ଡିଫେନ୍ସ କମିଟିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ସିଆରପିଏଫଙ୍କ ଦ୍ୱାରା ଗ୍ରାମ ବିକାଶ ସମିତିର ଲୋକଙ୍କୁ ବନ୍ଧୁକ ଚଲାଇବା ଟ୍ରେନିଂ ଦିଆଯାଉଛି । ଗତ କିଛିଦିନ ତଳେ ଜମ୍ମୁର ରଜୋରୀ ଡଙ୍ଗୋରୀରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ସରକାରଙ୍କ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଉଛି ।

ତେବେ ଡଙ୍ଗୋରୀ ରଜୋରୀର ସେହି ସ୍ଥାନ ଯେଉଁଠି ଗତ କିଛି ଦିନ ତଳେ ୭ଜଣ ହିନ୍ଦୁଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣ ସଦସ୍ୟ ଥିଲେ ।