ଉଦ୍ଦମପୁରରେ ସେନା ଜାହଜ ଦୁର୍ଘଟଣା, ଏମିତି ଲୋକମାନେ କଲେ ପାଇଲଟଙ୍କୁ ଉଦ୍ଧାର

81

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଉଦ୍ଦମପୁର ଜିଲ୍ଲା ଶିବଗଡ ନକଟରେ ସେନାର ଏକ ହେଲିକ୍ୟାପ୍ଟର ଦୁର୍ଘଟଣା ଗସ୍ତ ହୋଇଛି । ଏହି ହେଲିକପ୍ଟରରେ ଦୁଇଜଣ ଲୋକ ଥିବା ବେଳେ ଖରାପ ପାଗ ଯୋଗୁଁ ଏହି ଜାହଜ ଦୁର୍ଘଟଣା ହୋଇଥିବା କୁହାଯାଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରର ପାଇଲଟ ଓ ଉପ-ପାଇଲଟ ଦୁର୍ଘଟଣା ଗସ୍ତ ହୋଇଛନ୍ତି । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ଟିମ ପହଂଚିଛି ।

 

ଏହି ଦୁର୍ଘଟଣା ପରେ ଯେଉଁ ଚିତ୍ର ଦେଖିବାକୁ ମିଳିଛି ସେଥିରୁ ଅନୁମାନ କରାଯାଉଛି କି ହେଲିକପ୍ଟରରେ ଥିବା ଦୁଇଜଣଯାକ ପାଇଲଟ ଗୁରୁତର ହୋଇଛନ୍ତି । ଉଦ୍ଦମପୁର ରିୟାସୀ ରେଞ୍ଜ ଡିଆଇଜି ସୁଲେମାନ ଚୌଧୁରୀ କହିଛନ୍ତି ଯେ ଏଭଳି ଦୁର୍ଘଟଣାର ସୂଚନା ମିଳିବା ଉପରେ ହେଲିକ୍ୟାପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି ।  କହିରଖୁ କି ଏହା ପୂର୍ବରୁ ଅଗଷ୍ଟ ୩ ତାରିଖରେ ସେନାର ଏକ ହେଲିକ୍ୟାପ୍ଟର ରଞ୍ଜିତ ସାଗର ଡ୍ୟାମ ଉପରେ ଦୁର୍ଘଟଣା ଗସ୍ତ ହୋଇଥିଲା ।