କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଉଦ୍ଦମପୁର ଜିଲ୍ଲା ଶିବଗଡ ନକଟରେ ସେନାର ଏକ ହେଲିକ୍ୟାପ୍ଟର ଦୁର୍ଘଟଣା ଗସ୍ତ ହୋଇଛି । ଏହି ହେଲିକପ୍ଟରରେ ଦୁଇଜଣ ଲୋକ ଥିବା ବେଳେ ଖରାପ ପାଗ ଯୋଗୁଁ ଏହି ଜାହଜ ଦୁର୍ଘଟଣା ହୋଇଥିବା କୁହାଯାଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରର ପାଇଲଟ ଓ ଉପ-ପାଇଲଟ ଦୁର୍ଘଟଣା ଗସ୍ତ ହୋଇଛନ୍ତି । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ଟିମ ପହଂଚିଛି ।
Locals have reported a helicopter going down near Patnitop area of Udhampur. We have rushed the team to the area. Details awaited: J&K Police
— ANI (@ANI) September 21, 2021
ଏହି ଦୁର୍ଘଟଣା ପରେ ଯେଉଁ ଚିତ୍ର ଦେଖିବାକୁ ମିଳିଛି ସେଥିରୁ ଅନୁମାନ କରାଯାଉଛି କି ହେଲିକପ୍ଟରରେ ଥିବା ଦୁଇଜଣଯାକ ପାଇଲଟ ଗୁରୁତର ହୋଇଛନ୍ତି । ଉଦ୍ଦମପୁର ରିୟାସୀ ରେଞ୍ଜ ଡିଆଇଜି ସୁଲେମାନ ଚୌଧୁରୀ କହିଛନ୍ତି ଯେ ଏଭଳି ଦୁର୍ଘଟଣାର ସୂଚନା ମିଳିବା ଉପରେ ହେଲିକ୍ୟାପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । କହିରଖୁ କି ଏହା ପୂର୍ବରୁ ଅଗଷ୍ଟ ୩ ତାରିଖରେ ସେନାର ଏକ ହେଲିକ୍ୟାପ୍ଟର ରଞ୍ଜିତ ସାଗର ଡ୍ୟାମ ଉପରେ ଦୁର୍ଘଟଣା ଗସ୍ତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/ARMY-HELICOPTER.jpg)