କନକ ବ୍ୟୁରୋ : ସମ୍ବଲପୁରରେ ଜମ୍ମୁ-ତୱି ଟ୍ରେନ୍ ଲାଇନଚ୍ୟୁତ୍ । ଗତ ରାତି ପ୍ରାୟ ୧୧ଟାରେ ସମ୍ବଲପୁର ଫାଟକ ନିକଟରେ ଜମ୍ମୁ-ତୱି ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ପାଂଟ୍ରି କାର ଓ ବି-୧ କୋଚ୍ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ରାତିରେ ସମ୍ବଲପୁର ଫେରିବା ପରେ ଟ୍ରେନର ସଫେଇ ପାଇଁ ୱାସିଂ ଲାଇନରେ ଗାଡି ପୁରୁଣା ଫାଟକ ଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥିଲା ।
ଫେରିବା ସମୟରେ ଦୁଇଟି ଯାକ ବଗି ଲାଇନଚ୍ୟୁତ ହୋଇଥିଲା । ଗାଡିରେ କୌଣସି ଯାତ୍ରୀ ନଥିଲେ । ଘଟଣା ସଂପର୍କରେ ଜଣାପଡ଼ିବା ପରେ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ଅନ୍ୟ ଉଦ୍ଧାରକାରୀ ଦଳ ସେଠାରେ ପହଂଚିଥିଲେ । ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଆଜି ସକାଳୁ ତିନିଟି ଟ୍ରେନ୍ ଚଳାଚଳ କରିସାରିଛି ।