ଘାଟିରେ ଜୋରଦାର ହେଲା ଅପରେସନ । ସେନା-ଆତଙ୍କବାଦୀ ମୁହାମୁହିଁ, ଟ୍ରକରେ ଲୁଚି ଖସି ଯାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ ।

172

କନକ ବ୍ୟୁରୋ : ଏନକାଉଂଟରରେ ନିପାତ ହେଲେ ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ନଗରୋଟାରେ ଯାଂଚ ବେଳେ ଏକ ଟ୍ରକରେ ସେନା ପୋଷାକରେ ଲୁଚି ଖସି ଯାଉଥିବା ଆତଙ୍କବାଦୀ ସେନା ହାବୁଡରେ ଧରାପଡିଥିଲେ । ସେଠାରୁ ଫେରାର ହେବାକୁ ଉଦ୍ୟମ କରି ଆତଙ୍କବାଦୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ନିହତ ହୋଇଛନ୍ତି ଜୈଶ-ଏ-ମହମ୍ମଦର ଏହି ୩ ଆତଙ୍କବାଦୀ । ଏକ ଟ୍ରକରେ ଆତଙ୍କବାଦୀ ଶ୍ରୀନଗର ଅଭିମୁଖେ ଯାଉଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ନିହତ କରିଛନ୍ତି । ସେପଟେ ମିଳିଥିବା ସୂଚନା ଅନୁସାରେ ଆତ୍ମଘାତି ଆକ୍ରମଣ କରିବାକୁ ଏମାନେ କରିଥିଲେ ଷଡଯନ୍ତ୍ର ।

ଜାମ୍ମୁକାଶ୍ମୀରରେ ଜୋରଦାର ହୋଇଛି ଆତଙ୍କବାଦୀ ନିପାତ ଅପରେସନ । ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ । ଶ୍ରୀନଗର ଯାଉଥିବା ସମୟରେ ନଗରୋଟାରେ ଏକ ଟ୍ରକକୁ ଯାଂଚ ପାଇଁ ଅଟକାଇଥିଲେ ସୁରକ୍ଷାକର୍ମୀ । ଯେଉଁଥିରେ ଲୁଚି ରହିଥିବା ଆତଙ୍କବାଦୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜୈଶ-ଏ-ମହମ୍ମଦର ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆତଙ୍କବାଦୀ ଟ୍ରକରେ ସେନା ପୋଷାକରେ ଲୁଚି ଖସି ଯାଉଥିବା ବେଳେ ସେନା ହାବୁଡରେ ଧରାପଡିଥିଲେ । ଶ୍ରୀନଗର ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜା ନିକଟରେ ଟ୍ରକକୁ ଯାଂଚ ପାଇଁ ଅଟକାଇବା ବେଳେ ଆତଙ୍କବାଦୀ ସେନା ଜବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଯାହାର କଡା ଜବାବ ଦେଇଛନ୍ତି ଯବାନ ।

ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଟଳିଥିଲେ ୩ ଆତଙ୍କବାଦୀ । ପ୍ରାଥମିକ ସୂଚନା ଅନୁସାରେ ଘାଟିରେ ପ୍ରବେଶ କରିବାକୁ ଟ୍ରକରେ ଆତଙ୍କବାଦୀ ଲୁଚିଯାଉଥିଲେ । ଏହାସହ ନେଇ ଯାଉଥିଲେ ବିପୁଳ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର । ସେନା ପୋଷାକରେ ରହି ସେନାକୁ ଚକମା ଦେବାକୁ କରିଥିଲେ ଯୋଜନା । ହେଲେ ଏହି ଯୋଜନା ବିଫଳ ହୋଇଛି । ତେବେ ୩ଆତଙ୍କୀଙ୍କୁ ନିପାତ କରିବା ସହ ଟ୍ରକ ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ।

ନଗରୋଟାରେ ଏନକାଉଂଟର ପରେ ପୁରା ଅଂଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଆଉ ୪ ଜଣ ଆତଙ୍କବାଦୀ ଏନକାଉଣ୍ଟର ସ୍ଥଳରୁ ଖସି ପଳାଇଥିବା ସେନା ସନ୍ଦେହ କରୁଛି । ଏହି ଅପରେସନରେ ଜଣେ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି ।

ଆତଙ୍କବାଦୀ ଲୁଚି ରହିଥିବା ଟ୍ରକଟି ଶ୍ରୀନଗର ଯାଉଥିଲା । ତେଣୁ ଆତଙ୍କବାଦୀ ଶ୍ରୀନଗରରେ କିଛି ବଡ ଅଘଟଣ ଘଟାଇବା ଯୋଜନା କରୁଥିବା ନେଇ ସେନା ସନ୍ଦେହ କରୁଛି । ସେପଟେ ଏହି ଘଟଣା ପରେ ବୈଷ୍ଣୋଦେବା ଯାତ୍ରାର ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି ।