କନକ ବ୍ୟୁରୋ : ସୀମାରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ଭାରତୀୟ ସେନାର ଯବାନ । ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସୀମାନ୍ତ ଅଂଚଳର ବାସିନ୍ଦା । ନିଜର ପରିବାର ଠାରୁ ଦୂରରେ ରହି ସାରା ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ହାତରେ ରାକ୍ଷୀ ବନ୍ଧିଛନ୍ତି ଜାମ୍ମୁ କାଶ୍ମୀର ଉରି ଅଂଚଳର ବାସିନ୍ଦା । ରାକ୍ଷୀ ବାନ୍ଧିବା ସହ ମିଠା ମଧ୍ୟ ଖୁଆଉଥିବାର ଚିତ୍ର ସାମ୍ନାକୁ ଆସିଛି । ନିଜର ଘର ଓ ପରିବାର ଠାରୁ ଦୂରରେ ରହି ସୀମାରେ ଜାଗ୍ରତ ପ୍ରହରି ଭାବେ ରହିଛନ୍ତି ଯବାନ । ସାରା ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କୁ ସ୍ନେହଁରେ ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ଅଂଚଳର ମହିଳା ।

Advertisment

ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା । ଦିଲ୍ଲୀର ଏକ ସ୍କୁଲ ପିଲାମାନେ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । କୁନି କୁନି ପିଲାଙ୍କ ସହ ମିଶି ରକ୍ଷା ବନ୍ଧନ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ । ରାକ୍ଷୀ ପୂର୍ଣ୍ଣମୀ ଅବସରରେ କୁନି କୁନି ପିଲାଙ୍କୁ ପାଖରେ ପାଇ ପ୍ରଧନମନ୍ତ୍ରୀ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ସେହିପରି ପିଲାମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜନତାଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି ନେତା ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କୁନି କୁନି ପିଲା ଓ ପ୍ରଶଂସକଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି ।

ରାଜନୀତି ଦୁନିଆର ଚର୍ଚ୍ଚିତ ଭାଇଭଉଣୀ ହେଉଛନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ସଭା ହେଉକି ଛୁଟିଦିନ ରାହୁଲ ପ୍ରିୟଙ୍କା ଯେବେ ଏକାଠି ଦେଖାଯାଆନ୍ତି ସେହି ସମୟର ଦୃଶ୍ୟ ଭାଇରାଲ ହୁଏ । ରାକ୍ଷୀ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରି ଭଉଣୀ ପ୍ରିୟଙ୍କା ପ୍ରତି ଥିବା ତାଙ୍କ ଭଲପାଇବାକୁ ପ୍ରକାଶ କରିଛନ୍ତି