ଜାମ୍ମୁରେ ସେନା-ଆତଙ୍କବାଦୀ ଗୁଳିବିନିମୟ । ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର

95

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଭାରତୀୟ ଯବାନମାନଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କୌଣସି ଗୁପ୍ତ ସୂଚନାକୁ ଆଧାର କରି ସେନାର ଯବାନ ଆତଙ୍କବାଦୀମାନେ ସ୍ଥାନୀୟ ବିଜବେହେରା ଜଙ୍ଗଲରେ ଲୁଚିଥିବା ଜାଣିପାରିବା ପରେ ଆରମ୍ଭ କରିଥିଲେ ଅପରେସନ । ଏହାପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ । ଯବନାଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି ।

 

ତେବେ ବାରମ୍ବାର ସୀମାପାର କରି ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରିଥିଲେ । ଗତ ମଙ୍ଗଳବାର ମଧ୍ୟ ଆତଙ୍କବାଦୀମାନେ ଭାରତୀୟ ସେନା ଉପରକୁ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ଭାରତୀୟ ଜବାନ ମଧ୍ୟ ଆହତ ହୋଇଥିଲେ । ସୀମାରେ ବାରମ୍ବାର ଆତଙ୍କବାଦୀଙ୍କ ଆକ୍ରମଣ ବଢୁଥିବାରୁ ସେନାରେ କାର୍ଯ୍ୟରତ ଯବାନମାନଙ୍କୁ ସର୍ବଦା ସତର୍କ ରହି କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୪ ଆତଙ୍କବାଦୀ ନିହତ ହେବା ପରେ ମଧ୍ୟ ସେନା ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି ।