ଜମ୍ମୁ-କାଶ୍ମୀର : ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

164

କନକ ବ୍ୟୁରୋ : ଆଜି ଜମ୍ମୁ-କାଶ୍ମୀର ସୁରକ୍ଷାବଳଙ୍କୁ ବଡ ସଫଳତା ମିଳିଛି । ପୁଲୱାମା ଜିଲ୍ଲାର ନାଗବେରାନ-ତାରସାର ଜଙ୍ଗଲ କ୍ଷେତ୍ରରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଜୋନ ପୋଲିସର ସୂଚନା ମୁତାବକ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି ।

କୁହାଯାଇଛି କି ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ୨ ଜଣ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ । ଜଣେ ପୋଲିସ କର୍ମୀଙ୍କ ସୂଚନା ମୁତାବକ ସେଠାରେ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ମିଳିବା ପରେ ଶନିବାର ସକାଳେ ସୁରକ୍ଷା କର୍ମୀ ଜମ୍ମୁ-କାଶ୍ମୀରର ନାଗବେରାନ-ତାରସାର ଜଙ୍ଗଲ କ୍ଷେତ୍ରକୁ ଘେରାବନ୍ଦୀ କରିଦେଇଥିଲେ । ଏହାପରେ ସର୍ଚ୍ଚ ଅପରେଶନରେ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାପରେ ଉଭୟ ପକ୍ଷରୁ ଗୁଳିବନିମୟ ହୋଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଥାଉକି ପୂର୍ବରୁ ଗିରଫ୍ ହୋଇଥିବା ଆତଙ୍କବାଦୀଙ୍କ ସୂଚନା ଆଧାରରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଜମ୍ମୁ-କଶ୍ମୀରର ଅନନ୍ତନାଗ, ସୋପିଆ ଓ ବନିହାଲ ସମେତ ୧୪ ଟି ସ୍ଥାନରେ ଚଢାଉ ହୋଇଛି ।