କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ସେନାକୁ ମିଳିଛି ବଡ ସଫଳତା । କୁପୱାଡା ଠାରେ ପୋଲିସ ଓ ସେନାର ମିଳିତ ଅପରେଶନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ    । ଏଥିରେ ଯବାନଙ୍କ ଗୁଳିରେ ୨ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି ।

Advertisment

ଆତଙ୍କବାଦୀଙ୍କ ନେଟୱର୍କକୁ ଶେଷ କରିବାକୁ ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ତରଫରୁ ଅଭିଯାନ ଜାରି ରହିଛି । ମଙ୍ଗଳବାର ଦିନ ଶ୍ରୀନଗର ଠାରେ ହୁରିଆତ ନେତା ଅୟାଜ ଆକବରଙ୍କ ସମ୍ପତ୍ତି ଜବତ କରାଯାଇଛି । ଅୟାଜ ଆକବର ଗତ ୬ ବର୍ଷ ଧରି ତିହାଡ ଜେଲରେ ରହିଛି ।

ଏହା ପୂର୍ବରୁ ସୋମବାର ଦିନ ଏନଆଇଏ ତରଫରୁ ଉତ୍ତର କାଶ୍ମୀର କୁପବାଡା ଜିଲ୍ଲାଂ ବାଗାତପୋରାରେ ଆତଙ୍କବାଦୀ ଜହୁର ଅହମ୍ମଦ ଶାହା ବଟାଲିର ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା । ବଟାଲି ୨୦୧୭ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ।