ସେନା କ୍ୟାମ୍ପରେ ଗଣ୍ଡଗୋଳ । ଜଣେ ଯବାନଙ୍କ ଗୁଳିରେ ଦୁଇ ଯବାନ ମୃତ

428

କନକ ବ୍ୟୁରୋ : ବାହ୍ୟ ଶତ୍ରୁ ନୁହଁନ୍ତି ବରଂ ନିଜ ନିଜ ଭିତରେ ଗଣ୍ଡଗୋଳ ଲାଗି ଜଣେ ଯବାନଙ୍କ ଗୁଳି ୨ ଯବାନଙ୍କ ଜୀବନ ଯାଇଛି । ସୂଚନା ମୁତାବକ ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲା ସୁରନକୋର୍ଟ ଆର୍ମି କ୍ୟାମ୍ପରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସକାଳ ୫.୩୦ ମିନିଟରେ କ୍ୟାମ୍ପରେ ଥିବା ଯବାନମାନଙ୍କ ମଧ୍ୟରୁ ଜଣେ ଯବାନ ଆଖିବୁଜା ଗୁଳି ଚଳାଇଥିଲା । ଏଥିରେ ୪ ଜଣ ଯବାନ ଆହତ ହୋଇଥିଲେ । ହେଲେ ଏବେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।

ମିଳିଥିବା ସୂଚନା ମୁତାବକ ପୁଞ୍ଚ୍ ସୁନରକୋଟ ସ୍ଥିତ ୧୫୬ ପ୍ରାଦେଶିକ ସେନା ବାଟାଲିୟନରେ ଇମ୍ରାନ ଅହମ୍ମଦ ଓ ଇମ୍ତିଆଜ ଅହମ୍ମଦଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କାରଣକୁ ନେଇ ଝଗଡା ହୋଇଥିଲା । ଏହାପରେ ତାଙ୍କ ମଧ୍ୟରୁ କେହି ଜଣେ ଗୁଳି ଚଳାଇଥିଲେ । ଏଥିରେ ମାଖନ ସିଂ ଓ ଖଲିଲ ଅହମ୍ମଦଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଦୁଇ ଗୁରୁତରଙ୍କୁ ଉଦ୍ଦମପୁର ସେନା ହସ୍ପିଟାଲରେ ଚିକିତ୍ସା କରାଯାଇଛି ।

କହିରଖୁ କି ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ୨୦୨୧ ନଭେମ୍ବର ମାସରେ ବି ସମାନ ଘଟଣା ଦେଖିବାକୁ ମିଳିଥିଲା । ଛତିଶଗଡର ସୁକମା ଅଞ୍ଚଳରେ ସିଆରପିଏଫ କ୍ୟାମ୍ପରେ ସମାନ ଘଟଣା ଘଟିଥିଲା । କୌଣସି ବ୍ୟକ୍ତିଗତ କାରଣରୁ ଝଗଡା ହେବା ପରେ ଜଣେ ସିଆରପିଏଫ ଯବାନଙ୍କ ଗୁଳି ୪ ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା ।