କନକ ବ୍ୟୁରୋ: ଜମ୍ମୁକଶ୍ମୀରର ତ୍ରାଲ ସେକ୍ଟରରେ ଏନକାଉଁଟର । ଆଜି ସକାଳୁ ସକାଳୁ ୨ଜଣ ହିଜବୁଲ ମୁଜାହିଦିନ୍ ଆତଙ୍କବାଦୀଙ୍କୁ ଏନକାଉଁଟର କରିଛି ସୁରକ୍ଷାବଳ । ଆତଙ୍କବାଦୀ ଲୁଚିଥିବା ଘରକୁ ଉଡାଇ ଦେଇଛି ସେନା । ଦୁଇ ଆତଙ୍କବାଦୀଙ୍କ ମୃତ ଦେହକୁ ଜବତ କରାଯାଇଛି । ସେମାନଙ୍କ ନିକଟରୁ ରାଇଫଲ ସମେତ ଗୁଳିଗୋଳା ଜବତ ହୋଇଛି ।
ଗତକାଲି ସନ୍ଧ୍ୟାରେ ତ୍ରାଲର ରେଶି ମୋହଲାରେ ୨ରୁ ୩ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଥିଲା । ତାପରେ ୪୨ ରାଷ୍ଟ୍ରିୟ ରାଇଫଲ , ୧୮୦ ବାଟାଲିୟନ, ସିଆରପିଏଫ ଓ ଏସଓଜିର ମିଳିତ ଟିମ୍ ସେହି ଅଂଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହା ପରେ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳିମାଡ ଆରମ୍ଭ କରିଦେଇଥିଲେ । ଏହାର ଜବାବ ଦେଇଥିଲା ସେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/745987-army-pulwama-pti.jpg)
/kanak/media/post_attachments/wp-content/uploads/2019/03/encounter1-300x169.jpeg)