ଜମ୍ମୁ – କାଶ୍ମୀର ସୋପିୟାଁରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରୀ ! ସହିଦ୍ ହେଲେ ଜଣେ ଯବାନ

101

ଜମ୍ମୁ – କାଶ୍ମୀରର ସୋପିୟାଁ ଜିଲ୍ଲାରେ ଗୁରୁବାର ମଧ୍ୟରାତ୍ରୀରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ୍ ହୋଇଯାଇଛନ୍ତି । ସ୍ଥାନୀୟ ପୋଲିସ୍ କହିବାନୁସାରେ , ବଦ୍ରହାମା ଅଞ୍ଚଳରେ ଚାଲିଥିବା ସର୍ଚ୍ଚ ଅପରେସନ୍ ସମୟରେ ଦୁଇ ପଟୁ ଭୀଷଣ ଗୁଳିଚାଳନା ହୋଇଥିଲ। । ଉକ୍ତ ସମୟରେ ସେନା ତରଫରୁ ୨ ରୁ ୩ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଘେରାଉ କରାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଠାରେ ୩ ଜଣ ଆତଙ୍କବାଦୀ ଥିଲେ ଏବଂ ଗୁଳିବିନିମୟ ସମୟରେ ଜଣେ ନିହତ ହୋଇଛି । କିନ୍ତୁ ଏହି ରିପୋର୍ଟକୁ ନେଇ ସେନା ତରଫରୁ କିଛି କୁହାଯାଇନାହିଁ । ଏହି ଅପରେସନ୍ ରେ ଗୋଟିଏ ପଟେ ଆତଙ୍କବାଦୀ ଥିବା ବେଳେ ଅନ୍ୟ ପଟେ ଭାରତୀୟ ସେନା , ସିଆରପିଏଫ୍ ଏବଂ ପୋଲିସର ଯବାନମାନେ ସାମିଲ ଅଛନ୍ତି ।

ଜମ୍ମୁ – କାଶ୍ମୀରରେ ସୁରକ୍ଷା ବଢାଇବା ପାଇଁ ପଠାଗଲା ଯବାନ :

ଜମ୍ମୁରେ ଲଗାତାର ଯବାନମାନଙ୍କ ସଂଖ୍ୟା ବଢାଇବାକୁ ନେବା ଭିତରେ ଏହି ଖବର ଆସିଛି । ଗତ ସପ୍ତାହରେ କେନ୍ଦ୍ର ତରଫରୁ ଜମ୍ମୁ – କାଶ୍ମୀରରେ ୧୦ ହଜାର ଯବାନ ପଠାଇବା ନେଇ ଖବର ଆସିଥିଲା । ଗୁରୁବାରର ରିପୋର୍ଟ ଅନୁସାରେ ୨୫ ହଜାର ଅନ୍ୟ ଯବାନଙ୍କୁ ଜମ୍ମୁ – କାଶ୍ମୀର ପଠାଇବା କଥା କୁହାଯାଇଛି ।