ଜମ୍ମୁ-କାଶ୍ମୀର ପୁଲୱାମା ଓ ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ୨ ପୁଲିସ୍ କର୍ମୀ ସହିଦ, ୧୦ ଯବାନ ଆହତ

Advertisment
ଜମ୍ମୁ-କାଶ୍ମୀର ପୁଲୱାମା ଓ ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ୨ ପୁଲିସ୍ କର୍ମୀ ସହିଦ, ୧୦ ଯବାନ ଆହତ

Source:firstpost.com

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁଲବାମା ଓ ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ । ପୁଲଓ୍ଵାମାକୋର୍ଟ ପରିସର ନିକଟରେ ମୁତୟନ ଥିବା ଜମ୍ମୁ-କାଶ୍ମୀର ପୁଲିସ ଟିମ ଉପରକୁ ଆତଙ୍କବାଦୀ ମାନେ କ୍ରମାଗତ ଆକ୍ରମଣ କରିଛନ୍ତି । ସେହିଭଳି ଅନନ୍ତନାଗରେ ଆତଙ୍କବାଦୀ ମାନେ ସିଆରପିଏଫ ଟିମ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି ।

ପୁଲଓ୍ଵାମାରେ ଜମ୍ମୁ-କାଶ୍ମୀର ପୋଲିସ ଟିମ ଉପରେ ହୋଇଥିବା ଆକ୍ରମଣରେ ୨ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି । ସେହିପରି ଅନନ୍ତନାଗରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୦ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଆତଙ୍କବାଦୀ ଦମନ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ମୁତାବକ, ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର କୋର୍ଟ କମ୍ପ୍ଲେକ୍ସ ପରିସରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ପୁଲିସ କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି।
ପୁଲଓ୍ଵାମା ଜିଲ୍ଲା କୋର୍ଟକୁ ପ୍ରହରା ଦେଉଥିବା ପୁଲିସ ଉପରକୁ ଆଜି ସକାଳ ସକାଳୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣର ପାଲଟା ଜବାବ ଦେବା ସହିତ ପୁଲିସ ସେମାନଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ତେବେ ଏହି ଗୁଳିବିନିମୟରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପୁଲିସ ସମସ୍ତ ଅଂଚଳକୁ ଘେରାବନ୍ଦୀ କରି ଖାନତଲାସି ଚଳାଇଛି ବୋଲି ପୁଲିସ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe