କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳିମାଡ ହୋଇଛି । ଆତଙ୍କବାଦୀ ତହସିଲଦାରଙ୍କ ଅଫିସରେ ପସି ଗୁଳି କରିଛନ୍ତି । ରାଜସ୍ୱ ବିଭାଗର ଅଧିକାରୀ ଭାବେ କାମ କରୁଥିବା ରାହୁଲ ଭଟ୍ଟଙ୍କୁ ନିଶାନା କରିଥିଲେ ଆତଙ୍କବାଦୀ । ରାହୁଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରାଖାନାରେ ଭର୍ତ୍ତି କରାଯାଇଛି ।
ଗୁରୁବାର ଆତଙ୍କବାଦୀ ତହସିଲ ଅଫିସରେ ଅଚାନକ ପସିବା ସହ ଗୁଳି କରିଥିଲେ । ଗୁଳିମାଡ ପରେ ଘଟଣାସ୍ଥଳରୁ ଆତଙ୍କବାଦୀ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ସେନା ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/kashmir.jpg)