ଜମ୍ମୁ-କାଶ୍ମୀର ସୋପରରେ ଆତଙ୍କୀ ହମଲା । ଗୁଳିକାଣ୍ଡରେ ଦୁଇ ଯବାନ ସହିଦ, ଜଣେ ନାଗରିକ ମୃତ । ସେପଟେ ଜାରି ରହିଛି ସର୍ଚ୍ଚ ଅପରେସନ୍

Advertisment
ଜମ୍ମୁ-କାଶ୍ମୀର ସୋପରରେ ଆତଙ୍କୀ ହମଲା । ଗୁଳିକାଣ୍ଡରେ ଦୁଇ ଯବାନ ସହିଦ, ଜଣେ ନାଗରିକ ମୃତ । ସେପଟେ ଜାରି ରହିଛି ସର୍ଚ୍ଚ ଅପରେସନ୍

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ସୋପରରେ ସେନା ଉପରକୁ ଆତଙ୍କୀଙ୍କ ଆକ୍ରମଣ । ଗୁଳିକାଣ୍ଡରେ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ନାଗରୀକଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ସକାଳୁ ସକାଳୁ ଜମ୍ମୁ-କାଶ୍ମୀର ସୋପରରେ ସିଆରପିଏଫର କିଛି ଯବାନ ପେଟ୍ରୋଲିଂରେ ବାହାରିଥିଲେ । ରାସ୍ତାରେ ଆତଙ୍କୀମାନେ ଅଚାନକ ଫାଏରିଂ କରିଥିଲେ । ଯେଉଁଥିରେ ସିଆରପିଏଫ ୧୭୯ ବ୍ୟାଟେଲିୟନର ଦୁଇ ଯବାନ ସହିଦ ହେବା ସହ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣା ସ୍ଥଳରେ ସେନାର ଆଉ ଏକ ଦଳ ଏବଂ ଜମ୍ମୁ-କାଶ୍ମୀର ପୋଲିସ ପହଞ୍ଚି ପୂରା ଅଞ୍ଚଳକୁ ସିଲ କରିବା ସହ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।
ତେବେ ଏଠାରେ କହିରଖୁଛୁ କି, ଘାଟିରେ ଆତଙ୍କୀଙ୍କୁ ସଫା କରିବା ପାଇଁ ଅଭିଯାନ ଚଳାଇଛି ସେନା । ଏହାରି ମଧ୍ୟ ଜୁନ୍ ମାସରେ ପ୍ରାୟ ୪୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଛି ଭାରତୀୟ ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe