ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗି ଆକ୍ରମଣ କରିଛନ୍ତି । ଏହା ପରେ ପରେ ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇ ଯାଇଥିଲା । ଆକ୍ରମଣସ୍ଥଳ ସୋପୋରର ମୁଖ୍ୟ ଛକ ଏବଂ ସେ ଅଞ୍ଚଳକୁ କର୍ଡନ କରାଯାଇଛି । ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ପୁଲିସ ଆହତ ହୋଇଛନ୍ତି । ତଲାସ ଓ ନିଷ୍କ୍ରିୟ ଅଭିଯାନ ଆରମ୍ଭ ହୋଇଛି ।
ସାବଧାନତାର ପଦକ୍ଷେପ ସ୍ୱରୂପ ସାପୋରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଗ୍ରେନେଡ୍ ଆକ୍ରମଣ ସମୟରେ ପାକିସ୍ତାନ ନୌଶେରା ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ମିଳିଛି । ଏହି ଆକ୍ରମଣରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଦୁଇ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Sopre.jpeg)
/kanak/media/post_attachments/wp-content/uploads/2019/03/o90jdork_soldiers-jammu-and-kashmir-ndtv-file_625x300_23_February_19-300x185.jpg)