ଜମ୍ମୁ-କାଶ୍ମୀରରେ ଛୁଟିରେ ଘରକୁ ଆସିଥିବା ଯବାନଙ୍କୁ ହତ୍ୟା ! ଘରେ ପଶି ଗୁଳି କରି ହତ୍ୟା କଲେ ଆତଙ୍କବାଦୀ ।

212

ଜମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରେ ଘରକୁ ଛୁଟିରେ ଆସିଥିବା ଭାରତୀୟ ସେନାର ଜଣେ ଯବାନଙ୍କୁ ଶନିବାର ଆତଙ୍କବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । ଆତଙ୍କବାଦୀ ଯବାନଙ୍କ ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୁଲିସ୍ ସୁତ୍ରରୁ ଏହି ଖବରଟି ଶୁଣିବାକୁ ମିଳିଛି । ପୁଲିସର ଜଣେ ଅଧିକାରୀଙ୍କ କହିବାନୁସାରେ ଟେରିଟୋରିୟଲ୍ ଆର୍ମି ମହମ୍ମଦ୍ ରଫି ୟାତୁଙ୍କୁ ସୋପୋରର ବାରପୋରା ଅଞ୍ଚଳରେ ତାଙ୍କ ଘରେ ପଶି ଗୁଳି କରାଯିବା ଫଳରେ ତାଙ୍କ ଗମ୍ଭୀର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତରଖାନା ନେବା ବାଟରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଧିକାରୀ ଜଣକ କହିଥିଲେ ୟାତୁ ନିଜ ୟୁନିଟ୍ ରୁ ଛୁଟି ନେଇ କିଛି ଦିନ ପାଇଁ ଘରକୁ ଆସିଥିଲେ ।

ଏହି ହତ୍ୟାକାଣ୍ଡ ପରେ ବରିଷ୍ଠ ପୁଲିସ ତଥା ଅର୍ଦ୍ଧସୈନିକ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ । ତେବେ ଏହି ଘଟଣା ପରେ ସମ୍ପୁର୍ଣ୍ଣ ଅଞ୍ଚଳକୁ ପୋଲିସ୍ ତରଫରୁ ଘେରାଉ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ।