ସହିଦ୍ ଯବାନଙ୍କ ମୃତ୍ୟୁର ବର୍ଷେ ପରେ ମଧ୍ୟ ବାପାଙ୍କ ଫେରିବା ବାଟକୁ ଚାହିଁରହିଛି ଝିଅ ! କହୁଛି,ଏବେ ଆସିଲେ ଆଉ ଯିବାକୁ ଦେବନି ।

ସହିଦ୍ ଯବାନଙ୍କ ମୃତ୍ୟୁର ବର୍ଷେ ପରେ ମଧ୍ୟ ବାପାଙ୍କ ଫେରିବା ବାଟକୁ ଚାହିଁରହିଛି ଝିଅ ! କହୁଛି,ଏବେ ଆସିଲେ ଆଉ ଯିବାକୁ ଦେବନି ।

Telegraph India

ଗତବର୍ଷ ଆତଙ୍କବାଦୀଙ୍କ ଗୁଳିର ଶିକାରରେ ଦେଶ ପାଇଁ ସହିଦ୍ ହୋଇଥିବା ପୋଲିସ୍ ଏଏସଆଇ ଅବଦୁଲ୍ ରସିଦ୍ ଶାହଙ୍କ ଆଠ ବର୍ଷର ଝିଅ ଜୋହରା ନିଜ ବାପାଙ୍କ ଫେରିବା ବାଟକୁ ଚାହିଁରହିଛି ଏବଂ ବାରମ୍ବାର କହୁଛି ଏଥର ବାପା ଆସିଲେ ଆଉ ଯିବାକୁ ଦେବିନାହିଁ । ପ୍ରକୃତ କଥା ହେଉଛି ପରିବାର ଲୋକ ଝିଅଟିକୁ କହିଛନ୍ତି ଯେ ବାପା ଦିନେ ନା ଦିନେ ନିଶ୍ଚୟ ଫେରିବେ । ଏହି କଥାକୁ ବିଶ୍ୱାସ କରି ଝିଅଟି ମଧ୍ୟ ବାପାଙ୍କୁ ଅପେକ୍ଷା କରିଛି । ବାପା ସହିଦ୍ ହେବା ବିଷୟରେ ସେ ଅଜ୍ଞାତ ରହିଛି ।

publive-image

୨୮ ଅଗଷ୍ଟ ୨୦୧୭ ରେ ପୋଲିସ୍ ସହାୟକ ତଥା ଉପ-ନୀରିକ୍ଷକ ଅବଦୁଲ୍ ରସିଦ୍ ଶାହଙ୍କୁ ଆତଙ୍କବାଦୀମାନେ ଅନନ୍ତନାଗ ଜିଲ୍ଲାରେ ଗୁଳି କରି ହତ୍ୟା କରିଥିଲେ । ଏହାପରେ ଜୋହରାର କାନ୍ଦୁଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଯାହା ଲୋକଙ୍କୁ ଖୁବ୍ ଭାବୁକ ମଧ୍ୟ କରିଥିଲା । ଜୋହରାର ବଡ ଭଉଣୀ ବିଲ୍କିସ୍ କହନ୍ତି ଯେ ସେ ତାଙ୍କୁ ପ୍ରତିଦିନ ବାପାଙ୍କ କଥା ପଚାରେ ଏବଂ ନିରାସାୟୀ ଉତ୍ତର ପାଇଲେ ଖୁବ୍ ଦୁଃଖୀ ହୁଏ । ତେବେ ପ୍ରତିଥର ବାପା ହଜରେ ଯାଇଛନ୍ତି କହି ଘରଲୋକ ଜୋହରାକୁ ଫାଙ୍କି ଦେଉଛନ୍ତି । ତେବେ ବର୍ଷେ ପୂର୍ବରୁ ପିତାଙ୍କ ଅନ୍ତିମ ସଂସ୍କାରରେ କାନ୍ଦୁଥିବା ଜୋହରାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଘରେ ଯେତେବେଳେ ତାକୁ ପଚରାଯାଏ ଯେ ସବୁଠାରୁ ସେ ଅଧିକ କାହାକୁ ଭଲପାଏ ସେତେବେଳେ ସେ ବାପାଙ୍କ ନାଁ କହିଥାଏ ।

publive-image

ସେ ମା ଏବଂ ଭଉଣୀ ସହ ଶ୍ରୀନଗରରେ ରହୁଛି । ତେବେ ବଡ ହୋଇ ଡାକ୍ତର ହେବାକୁ ଚାହୁଁଥିବା ଜୋହରାର ପାଠପଢା ଖର୍ଚ୍ଚ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଉଠାଉଛନ୍ତି । ଜୋହରାର ଫଟୋ ଦେଖି ଗୌତମ ଟ୍ୱିଟ୍ କରି ତା ସ୍ୱପ୍ନକୁ ସାକାର କରିବା ପଥରେ ସହାୟକ ହେବାକୁ ବିଶ୍ୱାସ ଦେଇଥିଲେ,ଯେଉଁଥିପାଇଁ ସେ ସାରା ଜୀବନ ଜୋହରାର ପଢାଖର୍ଚ୍ଚ ବହନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe