ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରୁଛି ଭାରତୀୟ ସେନା ! ଅପରେସନ ଅଲଆଉଟରେ ପୁରିଲା ଆଉ ଏକ ଶତକ, ଶୁଭୁଛି ଆତଙ୍କୀକ ତ୍ରାହି ତ୍ରାହି ଚିତ୍କାର ।

28

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଏବଂ ସୁରକ୍ଷା କର୍ମିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅଭିଯାନ “ଅପରେସନ ଅଲଆଉଟ” ପାଇଁ ଆଜି ହେଉଛି ଏକ ଖୁସିର ଦିନ । କାରଣ ଆଜି ଏହି ଅଭିଜାନ ତାର ଆଉ ଏକ ଶତକ ପୁରା କରିଛି । ସେନା ଏବଂ ସୁରକ୍ଷାବଳଙ୍କ ମିଳିତ ଅଭିଜାନ ଅପରେସନ ଅଲଆଉଟରେ ମଙ୍ଗଳବାର ଦିନ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ତେଣୁ ଏହି ଦୁଇ ଆତଙ୍କବାଦୀଙ୍କୁ ମିଶାଇ ମୃତକଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି ।

ସୂଚନା ମୁତାବକ, ଏହି ଅପରେସନରେ ନିହତ ହୋଇଥିବା ୧୦୧ ଆତଙ୍କବାଦୀଙ୍କ ମଧ୍ୟରୁ ୨୬-୨୭ ଜଣ ବିଦେଶୀ ଏବଂ ଅନ୍ୟ ମାନେ କଶ୍ମୀର ଘାଟିର ବୋଲି ଜଣା ପଡିଛି । ତେବେ ପୂର୍ବ ବର୍ଷ ହୋଇଥିବା ଅପରେସନରେ ପ୍ରାୟ ୨୧୩ ଆତଙ୍କବାଦୀ ନିହତ ହୋଇଥଇବା ବେଳେ ଚଳିତ ବର୍ଷ ୬ ମାଶର ଅପରେସନ ମଧ୍ୟରେ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ୧୦୧କୁ ଛୁଇଁଛି । ଗତ ମାସରେ ପାଳିତ ହୋଇଥିବା ରମଜାନ ପର୍ବ କାରଣରୁ ଭାରତ ତରଫରୁ ଏକତରଫା ସିଜଫାଏରିଂର ଘୋଷଣା କରାଯାଇଥିଲା । କିନ୍ତୁ ପରେ ଅପରେସନ ଅଲଆଉଟ ଅଭିଜାନ କାଶ୍ମୀର ଠାରେ ବନ୍ଦ ରହିଥିଲା ଯାହା ଫଳରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା କମ ଦେଖାଯାଇଛି ।

ସେନା ଏବଂ ସୁରକ୍ଷାବଳଙ୍କ କହିବା ଅନୁସାରେ, କାଶ୍ମୀରର ଅଧିକାଂଶ ଯୁକବ ମାନେ ଏବେ ଆତଙ୍କବାଦୀ ସଂଗଠନରେ ସାମିଲ ହେଉଛନ୍ତି । ଯାହା ସେନା ଏବଂ ସୁରକ୍ଷାବଳ ପାଇଁ ଏକ ଚିନ୍ତାର ବିଷୟ ପାଲଟି ଯାଇଛି । ଚଳିତ ବର୍ଷ ଏଯାଏ ପ୍ରାୟ ୮୨ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ । ଆତଙ୍କବାଦୀଙ୍କ ତିନୋଟି ସଂଗଠନ ଥିବା ବେଳେ ଅଧିକାଂଶ କାଶ୍ମୀର ଯୁବକ ଅନ୍ୟ ଦୁଇ ସଂଗଠନ ଅପେକ୍ଷା ହିଜବୁଲ ମୁଜାହିଦ୍ଦୀନ ସଂଗଠନରେ ସାମିଲ ହେଉଛନ୍ତି । ଯାହା ସୁରକ୍ଷାବଳ ଏବଂ ସେନାଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।