ଜମ୍ମୁ-କଶ୍ମୀରର ସେପୋରେର ବତ୍ରଗାମ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ଆତଙ୍କବାଦୀମାନେ ସୁରକ୍ଷା ବଳର ପେଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ୍ ଦେବାକୁ ଯାଇ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀର ପ୍ରାଣହାନି ଘଟିଥିବା ଜଣାଯାଇଛି। ଏହାଛଡ଼ା ସେହି ଅଞ୍ଜଳରୁ ଆତଙ୍କବାଦୀମାନେ ଛାଡ଼ି ଚାଲି ଯାଇଥିବା ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି।

Advertisment

publive-image

ଆତଙ୍କବାଦୀମାନେ ଏକ ଗ୍ରେନେଡ଼ ସେନା ଉପରେ ଆକ୍ରମଣ କରିବାକୁ ଯାଉଥିଲେ। ଏହାପରେ ପୁଲଓ୍ଵାମାରେ ଦକ୍ଷିଣ ତ୍ରାଳ ଟାଉନସିପର ମିଦୁରା ହେମଲେଟରେ ଆତଙ୍କବାଦୀ ଅନାଧୁନିଆ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାବଳର ସେନା ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲା ଓ ଆତଙ୍କବାଦୀମାନଙ୍କ ଉପରକୁ ଗୁଳିାଗୋଳା ବର୍ଷଣ କରିଥିଲେ। ଆତଙ୍କବାଦୀମାନଙ୍କୁ ଧରିବାକୁ ସୁରକ୍ଷାବଳ ଜୋରସୋରରେ ଅଭିଯାନ ଚାଲିଛି।ତେଲେ ଆତଙ୍କବାଦୀଙ୍କ କାରନାମାକୁ ପୁଣି ଥରେ ଅସଫଳ କରିଥିବାରୁ ସେନାର ପ୍ରଶଂସା କରାଯାଉଛି।