‘ସେନା-ସରକାର ବନ୍ଦ କରନ୍ତୁ ହସ୍ତକ୍ଷେପ’, ନହେଲେ ସ୍ଥିତି ବିଗିଡିବ: ଫାରୁକ ଅବଦୁଲ୍ଲା

143

କନକ ବ୍ୟୁରୋ: ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ପୁଣି ଥରେ ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଦଳ ଦ୍ୱାରା ୨୦୧୮ରେ ପଞ୍ଚାୟତ ନିର୍ବାଚନକୁ ବଏକଟର ନିଷ୍ପତ୍ତିକୁ ଭୁଲ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ଆଗାମୀ ସମସ୍ତ ନିର୍ବାଚନରେ ଦଳ ସାମିଲ ହେବ । ସେ ସରକାର ଏବଂ ସୁରକ୍ଷାବଳକୁ ଅପିଲ ମଧ୍ୟ କରିଛନ୍ତି ଯେ, ସେମାନେ ନିର୍ବାଚନରେ କୌଣସି ପ୍ରକାର ହସ୍ତକ୍ଷେପ କରନ୍ତୁ ନାହିଁ । ଅବଦୁଲ୍ଲା ଏହା ମଧ୍ୟ କହିଛନ୍ତି ଯେ ଏହା କରିବା ଦ୍ୱାରା ଏଭଳି ସ୍ଥିତି ସୃଷ୍ଟି ହେବ ଯାହାକୁ କେହି ସମ୍ଭାଳିପାରିବେ ନାହିଁ । ସେ ଓମାର ଅବଦୁଲ୍ଲାଙ୍କ ବୟାନକୁ ପରିବର୍ତ୍ତନ କରିଛନ୍ତି । କିଛି ଦିନ ତଳେ ଓମାର ଅବଦୁଲ୍ଲା କହିଥିଲେ ଜାମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଥିବା ସମୟରେ ଦଳ ନିର୍ବାଚନ ଲଢିବ ନାହିଁ ।

ଫାରୁକ ଅବଦୁଲ୍ଲା କହିଛନ୍ତି, ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି ଯେ ଦଳ ଦ୍ୱାରା ୨୦୧୮ରେ ପଞ୍ଚାୟତ ନିର୍ବାଚନ ବଏକଟ କରିବା ଆମର ବଡ ଭୁଲ ଥିଲା । ଆମେ ଆଗାମୀ ନିର୍ବାଚନ ବଏକଟ କରିବୁ ନାହିଁ । ଆମେ ନିର୍ବାଚନ ଲଢିବୁ ଏବଂ ଜିତିବୁ ମଧ୍ୟ ।