କଠୁଆ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି। ଅଭିଯୁକ୍ତ ଶୁଭମ ଉପରେ ସାବାଳକ ଭାବେ ଚାଲିବ ମାମଲା।

111

କନକ ବ୍ୟୁରୋ: ଜମ୍ମୁକାଶ୍ମୀର କଠୁଆ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ଶୁଭମ ସାଙ୍ଗରା ଉପରେ ସାବାଳକ ଭାବେ କେସ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ନିମ୍ନ ଅଦାଲତ ଆଦେଶକୁ ରଦ୍ଦ କରିଦେଇଛନ୍ତି । ଏହି ରିପୋର୍ଟରେ ଅଭିଯୁକ୍ତକୁ ନାବାଳକ ଦର୍ଶାଯାଇଛି । ଜଷ୍ଟିସ ଜେବି ପାରଦିବାଲା କହିଛନ୍ତି କୌଣସି ଅଭିଯୁକ୍ତର ଯଦି ବୟସ ଜାଣିହେଉନାହିଁ ତେବେ ଏଭଳି ସ୍ଥିତିରେ ଡାକ୍ତରଙ୍କ ଉପଦେଶ ନେବା ଦରକାର । ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ଜଷ୍ଟିସ ପାରଦିବାଲାଙ୍କ ବେଞ୍ଚ ଜମ୍ମୁ-କାଶ୍ମୀର ପ୍ରଶାସନର ଅପିଲ ଉପରେ ଫଇସଲା ଶୁଣାଇଛନ୍ତି ।

ଜଷ୍ଟିସ ପାରଦିବାଲା ରାୟରେ କହିଛନ୍ତି, ମେଡିକାଲ ପ୍ରମାଣ ଉପରେ ଭରସା କରାଯାଇପାରବ ନା ନାହିଁ ଏହା ସାକ୍ଷୀର ମୂଲ୍ୟ ଉପରେ ନିର୍ଭର କରିଥାଏ । ଏହି ସ୍ଥିତିରେ ସିଜେଏମ କଠୁଆଙ୍କ ଦ୍ୱାରା ପାରିତ ଅଦୋଶକୁ ରଦ୍ଦ କରିଦିଆଯାଇଛି । ତେଣୁ ଅଭିଯୁକ୍ତକୁ ଅପରାଧ ସମୟରେ କିଶୋର ଭାବେ ଗ୍ରହଣ କରାଯିବ ନାହିଁ । ଅଭିଯୁକ୍ତର ଆୟସୀମା ନିର୍ଦ୍ଦାରିତ କରିବା ପାଇଁ କୌଣସି ଅନ୍ୟ ପ୍ରମାଣର ଅଭାବରେ ଚିକିତ୍ସା ସମ୍ବନ୍ଧୀୟ ରାୟ ଉପରେ ବିଚାର କରାଯାଇପାରିବ । ଏହା ସ୍ପଷ୍ଟ ଏବଂ ସତ୍ୟ । ଅଭିଯୁକ୍ତ ଉପରେ ସାବାଳକ ଭାବେ ମକଦ୍ଦମା ଚଳାଯାଇପାରିବ ।