ଜମ୍ମୁ-କାଶ୍ମୀରର ବଟୋତ୍ ରେ ଶନିବାର ତିନିଜଣ ଆତଙ୍କୀଙ୍କ ମୁଣ୍ଡ ଗଡାଇଥିବା ଭାରତୀୟ ସେନାଙ୍କ ମଧ୍ୟରେ ଚାଲିଛି ଏବେ ସେଲିବ୍ରେସନ୍ । ପାକିସ୍ତାନ ମୁର୍ଦ୍ଦାବାଦ୍ ଏବଂ ହିନ୍ଦୁସ୍ତାନ ଜିନ୍ଦାବାଦ୍ ନାରାରେ ଝୁମୁଛନ୍ତି ସେନାର ଯବାନ । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ପକ୍ଷରୁ ଯବାନଙ୍କ ଏହି ସେଲିବ୍ରେସନ୍ ର ଏକ ଭିଡିଓ ସେୟାର୍ କରାଯାଇଛି । ଯେଉଁଥିରେ କିଛି ସ୍ଥାନୀୟ ନାଗରିକ ପଛରେ ଠିଆ ହୋଇଥିବା ନଜର ଆସୁଛନ୍ତି । ସକାଳୁ ଚାଲିଥିବା ଅପରେସନ୍ କୁ ସଫଳତା ପୂର୍ବକ ସମାପ୍ତ କରି ସେନାର ଯବାନ ଉତ୍ସବ ପାଳନ କରିଥିଲେ ।
#WATCH Jammu & Kashmir: Indian troops celebrate after eliminating three terrorists in Batote town of Ramban district of Jammu Zone. The civilian hostage has also been rescued safely. pic.twitter.com/L3tec790lg
— ANI (@ANI) September 28, 2019
ଆପଣଙ୍କୁ କହିରଖୁଛୁ ଜମ୍ମୁ-କାଶ୍ମୀରର ରାମବନ୍ ବଟୋତ୍ ଅଞ୍ଚଳରେ ଶନିବାର ଆତଙ୍କବାଦୀମାନେ ଗୋଟିଏ ଘରେ ପଶି ଘରର ସଦସ୍ୟଙ୍କୁ ବନ୍ଧକ କରି ରଖିଥିଲେ । ସୂଚନା ପାଇ ଉକ୍ତ ସ୍ଥାନକୁ ଭାରତୀୟ ସେନାର ଯବାନ ପହଁଚି ଚାରିଆଡୁ ଘେରାଉ କରିଥିଲେ । ଯେଉଁଥିରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଶେଷରେ ସେନାର ଯବାନମାନେ ଘରେ ପଶି ଆତଙ୍କୀଙ୍କୁ ମାରି ଗଡାଇଥିଲେ । ତେବେ ଘରେ ପଶିବା ପୂର୍ବରୁ ଯବାନମାନଙ୍କ ଉପରକୁ ଆତଙ୍କୀମାନେ ଗ୍ରେନେଡ୍ ଫୋପାଡିଥିଲେ । ଏହି ସମୟରେ ଜଣେ ଯବାନ ମଧ୍ୟ ସହିଦ୍ ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/images-19.jpg)