ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କଲା ସେନା, ବରଫରେ ବନ୍ଦ ଥିବା ରାସ୍ତା ପାର କରି ଡାକ୍ତରଖାନାରେ ପହଞ୍ଚିଲେ ଯବାନ।

121
କନକ ବ୍ୟୁରୋ: ଭାରତୀୟ ସେନାର ଯବାନ ମଙ୍ଗଳବାର ଜାମ୍ମୁକାଶ୍ମୀର ବୁନିଆରରେ ପ୍ରବଳ ବରଫପାତ ସମୟରେ ଜଣେ ଗର୍ଭବତୀଙ୍କୁ ଉଦ୍ଧାର କରିଛନ୍ତି । ମହିଳାଙ୍କୁ ଗାଁରୁ ଉଦ୍ଧାର ପରେ ଆଧିକାରିକ ଭାବେ ବୟାନ ରଖିଛି ସେନା । ସେନା ପକ୍ଷରୁ କୁହାଯାଇଛି, ଡୈଗର ଡିଭିଜନରେ କାର୍ମିୟାରେ ବୁନିୟାର ତହସିଲର ସୁମବାଲି ଗାଁରେ ମହିଳା ଗୁଲଶନ ବେଗମଙ୍କୁ ସାହାଯ୍ୟର ଆବଶ୍ୟକତା ଥିବା ବେଳେ ସେନା ତୁରନ୍ତ ତାଙ୍କ ପାଖରେ ସହାୟତା ପହଞ୍ଚାଇଥିଲା । ସେଠାରୁ ଉଦ୍ଧାର ପରେ ତାଙ୍କୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା । ଗାଁଠାରୁ ୨୦ କିମି ଦୂରରେ ଥିବା ଏହି ଡାକ୍ତରଖାନାରେ ମହିଳାଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇଯାଇଥିଲା ।
ମହିଳାଙ୍କୁ ବରଫପାତ ମଧ୍ୟରେ ଗାଁରୁ ଚାଲିଚାଲି ସେନାର ଯବାନ ସୁରକ୍ଷିତ ଭାବେ ସେନାର ବେସ କ୍ୟାମ୍ପରେ ପହଞ୍ଚିଥିଲେ । ଭାରତୀୟ ସେନାର ମେଡିକାଲ ଟିମ୍ ମହିଳାଙ୍କ ଯାଞ୍ଚ କରିବା ପରେ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।