କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି । ନିୟମର ପରିବର୍ତ୍ତନ ପରେ ଏବେ କୌଣସି ବାହାର ରାଜ୍ୟର ଲୋକ ବି ଜମ୍ମୁ-କାଶ୍ମୀରରେ ଜମି କିଣି ପାରିବେ । ମଙ୍ଗଳବର ଦିନ ସଂସଦରେ ସରକାରଙ୍କୁ ପ୍ରଶ୍ନ ପଚରାଯାଇଥିଲା କି ଧାରା ୩୭୦ ଉଚ୍ଛେଦ ପରେ କେତେ ଜଣ ବାହାର ଲୋକ ଜମ୍ମୁ-କାଶ୍ମୀରରେ ଜମି କିଣିଛନ୍ତି ? । ଏହାକୁ ନେଇ ସରକାରଙ୍କ ତରଫରୁ ଉତ୍ତର ମିଳିଛି କି ଅଗଷ୍ଟ ୨୦୧୯ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୨ ଜଣ ବାହାର ଲୋକ ଜମ୍ମୁ-କାଶ୍ମୀରରେ ଜମି କିଣିଛନ୍ତି ।

Advertisment

କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟନନ୍ଦ ରାୟ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି, ଜମ୍ମୁ-କାଶ୍ମୀରରେ ଏବେ ଜମି କିଣିବା ପାଇଁ ଲୋକ କିମ୍ବା ସରକାରଙ୍କୁ ଅନେକ କଠିନ ପ୍ରକ୍ରିୟାର ସାମ୍ନା କରିବାକୁ ପଡୁଛି ।

କହିରଖୁ କି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ଧାରା ୩୫(କ) ଉଚ୍ଛେଦ କରାଯାଇଥିଲା । ଏହାସହ ଜମ୍ମୁ-କାଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା ।