ଆତଙ୍କବାଦୀଙ୍କୁ ସହଯୋଗ ଅଭିଯୋଗରେ ୬ ସରକାରୀ କର୍ମଚାରୀ ସସପେଣ୍ଡ

138

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ସରକାର ଆତଙ୍କବାଦୀ ମାନଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ୬ ଜଣ ସରକାରୀ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି । ଛଟେଇ ହୋଇଥିବା ଏହି ୬ ଜଣ କର୍ମଚାରୀ ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାମ କରୁଥିଲେ । ଯେଉଁ ୬ ଜଣ ସରକାରୀ କର୍ମଚାରୀ ଛଟେଇ ହୋଇଛନ୍ତି, ସେମାନଙକ ମଧ୍ୟରୁ କାଶ୍ମୀର ଘାଟିର ଅନନ୍ତନାଗ ଠାରେ ଜଣେ ଶିକ୍ଷକ ହିମଦ ବାନୀ ସାମିଲ ଅଛନ୍ତି । ତାଙ୍କ ଉପରେ ଅଭିଯୋଗ ରହିଛି କି ସେ ଶିକ୍ଷକ ଚାକିରୀ କରିବା ପୂର୍ବରୁ ଆତଙ୍କୀ ସଂଗଠନ ଆଲ୍ଲହା ଟାଇଗରର ଜିଲ୍ଲା କମାଣ୍ଡର ଭାବେ କାମ କରୁଥିଲେ ।

ହମୀଦ ବାନୀଙ୍କୁ ଜମାତ-ଏ- ଇସଲାମୀ ସହଯୋଗରେ ଏହି ଚାକିରୀ ମିଳିଥିବା ଅଭିଯୋଗ ହୋଇଛି । ବାନୀ ଉପରେ ଆହୁରି ଅଭିଯୋଗ ରହିଛି କି ସେ ୨୦୧୬ ମସିହାରେ ବୁରହାନ ବାନୀଙ୍କ ଏନକାଉଣ୍ଟର ପରେ ଦେଶ ବିରୋଧୀ ଗତିବିଧି କାଶ୍ମୀରରେ ଆରମ୍ଭ ହୋଇଥିଲା ଓ ସେଥିରେ ସେ ମୁଖ୍ୟ ବକ୍ତାଙ୍କ ମଧ୍ୟରୁ ଜଣେ ଥଲେ ।

ଅନ୍ୟପଟେ ଜମ୍ମୁ କିସ୍ତବାଡ ଜିଲ୍ଲାର ଜଫର ଭଟ୍ଟକୁ ସରକାରୀ ଚାକିରୀରୁ ସସପେଣ୍ଡ କରିବାକୁ ସୁପାରିଶ କରାଯାଇଛି । କିସ୍ତବାଡା ରୋଡ ଆଣ୍ଡ ବିଲଡିଂ ବିଭାଗର ଜୁନିଅର ଆସିଷ୍ଟାଣ୍ଡ ଚାକିରୀରେ ଥିବା ମହମ୍ମଦ ରଫିକୁ ବି ସସପେଣ୍ଡ କରାଯାଇଛି । ମହମ୍ମଦ ରଫି ଉପରେ ଅଭିଯୋଗ ରହିଛି କି, ସେ କିସ୍ତବାଡା ଜିଲ୍ଲାର ମୁଜାହିଦ୍ଦିନ ସଂଗଠନର ନେତାମାନଙ୍କୁ ଅପରେଶନ ସଫଳ କରିବାକୁ ନିଜ ଘରେ ଲୁଚାଇ ରଖୁଥିଲେ । ତାଙ୍କ ନାମରେ ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ପୂର୍ବରୁ ମାମଲା ରୁଜୁ କରି ଗିରଫ କରିଥିଲା ।

କହିରଖୁ କି ରାଜ୍ୟ ସରକାର ରାଷ୍ଟ୍ର ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଉଛନ୍ତି । ଏହି ୬ ଜଣ ସରକାରୀ ଚାକିରୀଆଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁଥିରେ ଦେଶ ବିରୋଧୀ କାର୍ଯ୍ୟ କରୁଥିବା ଆତଙ୍କୀ ସଂଗଠନକୁ ସହୟତା ଯୋଗାଇ ଦେବା କିମ୍ବା ସେମାନଙ୍କ ସହ ସିଧା ସଳଖ ସଂପର୍କ ରଖିବା ଅଭିଯୋଗ ରହିଛି ।