କନକ ବ୍ୟୁରୋ : ଆଜି ଜାମ୍ମୁ-କାଶ୍ମୀର ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ପୋଲିସ ତଥା ପ୍ରଶାସନ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଗତ କାଲି ବିଭିନ୍ନ ବିଭାଗରେ ପାଖାପାଖି ୮୮ ଆଇଏଏସ ଅଧିକାରୀଙ୍କ ବିଭାଗ ଅଦଳବଦଳ କରାଯାଇଥିବା ବେଳେ ଏସପି ବର୍ଗରେ ୩୩ ଜଣ ଅଧିକାରୀଙ୍କ ପଦ ବଦଳି କରାଯାଇଛି ।

Advertisment

ସାମ୍ବାର ଉପାୟୁକ୍ତ ଥିବା ଆଇଏଏସ ଅଭିଷେକ ଶର୍ମାଙ୍କୁ ର୍ଜୌରୀର ଉପାୟୁକ୍ତ ଭାବେ ନିଯୁକ୍ତ କରାଯାଇଛି । କାମ୍ମୁ ପାୱାର କର୍ପୋରେସନ ଲିମିଟେଡର ପ୍ରବନ୍ଧ ନିଦେର୍ଶକ ବିକାଶ କୁଣ୍ଡଳଙ୍କୁ ପୁଂଛ ଉପାୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । ବନ୍ଦିପାରା ଡେପୁଟି କମିଶନର ସକିଲ ୟୁଆଇ ରହମାନ ରାଥୋରଙ୍କୁ ପୁଷ୍ପ ଉଦ୍ୟାନ ବିଭାଗ ଓ କାଶ୍ମୀର ନିର୍ଦ୍ଦେଶକ ପଦ ଦିଆ ଯଇଥିବା ବେଳେ ମାଜିଦ ଖାଲିଦ ଅହମଦ ଦ୍ରାବୁଙ୍କୁ କାଶ୍ମୀର ମିଶନର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରା ଯାଇଛି ।

ନ୍ୟାସନାଲ କନଫରେନ୍ସର ନେତା ଉମର ଅବଦୁଲ୍ଲା ନିଜ ’ଏକ୍ସ’ ର ଏକ ପୋଷ୍ଟରେ ଏହି ବିଷୟରେ କହିଛନ୍ତି କି ଏ ବଦଳି ପ୍ରକ୍ରିୟା ଏତେ ତରବରରେ ହୋଇଥିଲା ଯେ ସ୍ୱତନ୍ତ୍ରତା ଦିବସରେ ଛୁଟିରେ ମଧ୍ୟ ଅଧିକାରୀ ମାନଙ୍କୁ ସଚିବାଳୟ ଓ ପୋଲିସ ମୁଖ୍ୟାଳୟକୁ ଡାକିବା ପାଇଁ ପଡିଥିଲା । ଉପରାଜ୍ୟପାଳଙ୍କ ଉଦେ୍ଧଶ୍ୟ ଏ ନେଇ ପକ୍ଷପାତପୁର୍ଣ୍ଣ ମନେ ହେଉଛି ବୋଲି ନ୍ୟାସନାଲ କନଫେରେନ୍ସ ସନ୍ଦେହ ଜାରି କରିଛି ।

ଶେଷଥର ୨୦୧୪ରେ ୮୭ ବିଧାନସଭା ସିଟ ପାଇଁ ନିର୍ବାଚନ ହୋଇଥିବା ବେଳେ ଚଳିତ ଥର ୯୦ ସିଟକୁ ନେଇ ନିର୍ବାଚନ ହେବାକୁ ଯାଉଛି । ସେ ମଧ୍ୟରେ ଜାମ୍ମୁର ୪୩ଟି ସିଟ୍ ଥିବାବେଳେ କାଶ୍ମୀର ପାଇଁ ୪୭ଟି ରହିଛି ।