କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ ସିବିଆଇ ରେଡ୍ । ଦିଲ୍ଲୀରେ ସିବିଆଇ ପ୍ରାୟ ୩୦ଟି ସ୍ଥାନରେ ରେଡ୍ କରିଛି । ହାଇଡ୍ରୋ ପାୱାର ପ୍ରୋଜେକ୍ଟ ମାମଲାରେ ସିବିଆଇ ସତ୍ୟପାଲ ମଲ୍ଲିକଙ୍କ ଘରେ ଏହି ରେଡ୍ କରିଛି । ତେବେ ଖାଲି ସେତିକି ନୁହେଁ, ଦିଲ୍ଲୀ ସହିତ ଜାମ୍ମୁକାଶ୍ମୀରର କିଛି ସ୍ଥାନରେ ମଧ୍ୟ ରେଡ୍ କରିଛି ସିବିଆଇ ।
ମିଳିଥିବା ସୂଚନା ମୁତାବକ, ଏହି ରେଡ୍ ୨୦୧୯ ମସିହା କିରୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ୨୨୦୦ କୋଟିର ସିଭିଲ୍ କାମରେ ହେଇଥିବା ଭ୍ରଷ୍ଟାଚାର ପାଇଁ କରାଯାଇଛି । ୨୦୧୮ ଅଗଷ୍ଟ ମାସରୁ ୨୦୧୯ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ । ଆଉ ସେ ଅଭିଯୋଗ କରିଥିଲେ ଯେ, ଏହି ଦୁଇଟି ଫାଇଲକୁ ମଞ୍ଜୁର କରିବାକୁ ତାଙ୍କୁ ୩ ଶହ କୋଟି ଟଙ୍କା ଅଫର୍ କରାଯାଇଥିଲା । ତେଣୁ ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ସିବିଆଇ ରେଡ୍ କରିଥିବା ଜଣାପଡିଛି ।
पिछले 3-4 दिनों से मैं बिमार हूं ओर हस्पताल में भर्ती हूं। जिसके वावजूद मेरे मकान में तानाशाह द्वारा सरकारी एजेंसियों से छापे डलवाएं जा रहें हैं। मेरे ड्राईवर, मेरे साहयक के ऊपर भी छापे मारकर उनको बेवजह परेशान किया जा रहा है।
में किसान का बेटा हूं, इन छापों से घबराऊंगा नहीं। में…— Satyapal Malik 🇮🇳 (@SatyapalmalikG) February 22, 2024
ଅନ୍ୟପଟେ ସତ୍ୟପାଲ ମଲ୍ଲିକ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଗତ ୩-୪ ଦିନ ହେଲା ମୁଁ ଅସୁସ୍ଥ ଅଛି, ଆଉ ହସ୍ପିଟାଲରେ ଭର୍ତ୍ତି ହେଇଛି । ତା ସତ୍ତେ୍ୱ ବି ତାନାଶାହୀ ସରକାର ଏଜେନ୍ସି ସାହାଯ୍ୟରେ ରେଡ୍ କରୁଛି । ମୋ ଡ୍ରାଇଭର, ସହାୟକଙ୍କୁ ମଧ୍ୟ ବିନା କାରଣରେ ହଇରାଣ କରାଯାଉଛି । ମୁଁ ଜଣେ ଚାଷୀର ପୁଅ, ମୁଁ କେବେ ବି ଡରିବିନି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ସତ୍ୟପାଲ ମଲ୍ଲିକ ।