କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ବଡଗାଁଓରେ ସେନାର ଏନକାଉଂଟର । ସେନା ଗୁଳିରେ ଟଳିଲା ଜଣେ ଆତଙ୍କୀ । ଜାମ୍ମୁକାଶ୍ମୀରର ବଡଗାମ୍ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା । ଚଦୁରା ଅଂଚଳରେ ସେନା ଜବାନଙ୍କ ଉପରକୁ ଗୁଳି କରିଥିଲେ ଆତଙ୍କୀ । ଏହାକୁ ନେଇ ପାଲଟା ଜବାବ ଦେଇଥିଲା ସେନା । ତେବେ ସେନା ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି ।

Advertisment

publive-image NDTV.com

ସୂଚନା ଅନୁସାରେ ୩ ଜଣ ଆତଙ୍କବାଦୀଙ୍କୁ ଘେରି ସର୍ଚ୍ଚ ଅପରେସନ୍ ଜାରି ରଖିଛି ଭାରତୀୟ ସେନା । ଏହା ପୂର୍ବରୁ ଜୁନ୍ ୨୬ ତାରିଖରେ ପୁଲୱମାରେ ସେନା ଗୁଳିରେ ନିହତ ହୋଇଥିଲା ଆତଙ୍କୀ ଅନସାର ଗଜବତୁଲ୍ ହିନ୍ଦ । ସେ ଜାକିର ମୂଷାର ଉତରାଧିକାରୀ ଥିଲା । ଏହା ପର ଠାରୁ ଘାଟିରେ ସେନା ଆତଙ୍କବାଦୀ ଗତିବିଧି ଉପରେ ପୁରା ନଜର ରଖିଛି ।