ଜମ୍ମୁ କଶ୍ମୀର ଏନକାଉଂଟର : ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

19

କନକ ବ୍ୟୁରୋ : ଜମ୍ମୁ କଶ୍ମୀର ପୁଲୱାମାରେ ଏନକାଉଂଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀ ଜଣକ ଲସ୍କର-ଏ-ତଏବା ସଂଗଠନର ସଦସ୍ୟ ବୋଲି ଜଣାପଡିଛି । ଏବେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ପୁଲୱାମା ମଲଙ୍ଗୋପୁରା ଗାଁରେ ଗୁଇନ୍ଦା ସୂଚନା ମିଳିବା ପରେ ଗତକାଲି ରାତିରେ ଆରମ୍ଭ ହୋଇଥିଲା ଅପରେସନ୍ । ସ୍ଥାନୀୟ ଅଂଚଳର ଏକ ଘରେ ଦୁଇ ଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ପୂରା ଅଂଚଳକୁ ଘେରାଉ କରିଥିଲେ ସୁରକ୍ଷାକର୍ମୀ । ଏହା ପରେ ଭିତରୁ ଗୁଳିମାଡ କରିଥିଲେ ଆତଙ୍କବାଦୀ । ପାଲଟା ଜବାବରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀକୁ ଧରିବାକୁ ଅପରେସନ୍ ଜାରି ରହିଛି ।