ସେନା ନେଲା ୫ ଯବାନଙ୍କ ବଳିଦାନର ପ୍ରତିଶୋଧ : ଜମ୍ମୁ ସୋପିୟାନ ଏନକାଉଣ୍ଟରରେ ଟଳିଲେ ଆଉ ୩ ଆତଙ୍କବାଦୀ

ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର

155

କନକ ବ୍ୟୁରୋ : ସେନା ନେଲା ସହିଦ ଯବାନଙ୍କ ବଳିଦାନର ବଦଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ୩ ଆତଙ୍କବାଦୀ ନିହତ । ଜମ୍ମୁକଶ୍ମୀର ସୋପିଆନରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ସେ ଗାନ୍ଦରବଲର ମୁଖତାର ଶାହ ବୋଲି ଜଣାପଡ଼ିଛି । ସେ ବିହାରର ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା । ପୋଲିସର ସୂଚନା ଅନୁସାରେ ଆତଙ୍କବାଦୀଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି ।

ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ଗତକାଲି ଜମ୍ମୁକଶ୍ମୀର ପୁଂଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ପୁଂଚଜିଲ୍ଲାର ସୁରନକୋଟ ଅଂଚଳରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ୍ ଗୁଳିମାଡ଼ କରିଥିଲେ ।