ଦକ୍ଷିଣ କାଶ୍ମୀରର ସୋପିୟାଁ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟର ଶେଷ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି ୫ ଜଣ ଆତଙ୍କବାଦୀ । ସୋପିୟାଁ ଜିଲ୍ଲାରେ ଗତ ରବିବାର ଠାରୁ ବୁଧବାର ୪ ଦିନ ଭିତରେ ଏହା ତୃତୀୟ ଏନକାଉଣ୍ଟର । ଏହି ୪ ଦିନ ମଧ୍ୟରେ ୧୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୋପିୟାଁର ସୁଗୁ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ବୁଧବାର ଭୋରରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସିଆରପିଏଫ, ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜିର ମିଳିତ ଅପରେସନରେ ଏହି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ୪ ଦିନ ଭିତରେ ହୋଇଥିବା ୩ଟି ଅପରେସନରେ ହିଜବୁଲ ମୁଜାହିଦ୍ଦିନର ୧୪ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛି ସେନା ।
ଜମ୍ମୁ ଓ କାଶ୍ମୀରରେ ସେନା ସଜାଗ, ଆତଙ୍କରେ ଦିନ କାଟୁଛନ୍ତି ଆତଙ୍କବାଦୀ : ୪ ଦିନରେ ନିପାତ ହେଲେଣି ୧୪ ଆତଙ୍କୀ ।
/kanak/media/post_attachments/wp-content/uploads/2020/06/encounter.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)