ଶ୍ରୀନଗର ଏନକାଉଣ୍ଟର: ୨ଆତଙ୍କବାଦୀ ନିହତ

50

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରର ଶ୍ରୀନଗରେ ଥିବା ରାମବାଗ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାମବାଗ ଅଞ୍ଚଳରେ ୨-୩ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ପୁଲିସ ଏବଂ ସିଆରପିଏଫ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଖସି ପଳାଇବାର ସମସ୍ତ ବ‌ାଟ ବନ୍ଦ କରିଦିଆଯାଇଥିଲା।

ଚାରିଆଡ଼ୁ ପୁଲିସ ଓ ସିଆରପିଏଫ ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯିବା ପରେ ଖସିଯିବା ପାଇଁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହା ପରେ ଜବାବ ଦେବା ପାଇଁ ପୁଲିସ ଓ ସିଆରପିଏଫ ଯବାନମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। କିଛି ସମୟ ଧରି ଗୁଳି ବିନିମୟ ଜାରି ରହିବା ପ‌ରେ ପୁଲିସ ଓ ସିଆରପିଏଫ ଯବାନମାନେ ୨ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି।