କନକ ବ୍ୟୁରୋ: କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛି । ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନା କରିବା ପାଇଁ ସୁରକ୍ଷା ସମେତ ଅନ୍ୟାନ୍ୟ ଦିଗ ଆକଳନ କରିବାରେ ବ୍ୟସ୍ତ ଥିବାବେଳେ ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜର ଭୋଟ୍ ଗଣତିରେ ବ୍ୟସ୍ତ ଅଛନ୍ତି । ନିର୍ବାଚନ ଆୟୋଗ ଅଗଷ୍ଟର ପ୍ରଥମ ସସ୍ତାହ କିମ୍ବା ଦ୍ୱିତୀୟ ସପ୍ତାହରେ ନିର୍ବାଚନର ଘୋଷଣା କରିପାରେ ।

ନିର୍ବାଚନ ଆୟୋଗର ସୂତ୍ର ଅନୁସାରେ କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ କାଶ୍ମୀରରେ ୩ରୁ ୪ ପର୍ଯ୍ୟାୟରେ ମତଦାନ କରାଯାଇପାରେ । ସେପ୍ଟେମ୍ବରରେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନର ଫଳାଫଳ ଚଳିତ ମାସ ଶେଷ ସୁଧା ଘୋଷଣା କରାଯାଇପାରେ । ଜାମ୍ମୁ କାଶ୍ମୀରରେ ନିର୍ବାଚନ ପରିଚାଳନା କରିବାର ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ସେଠାକାର ସୁରକ୍ଷା ବ୍ୟବସ୍ଥା । ଏବେର ସମୟରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ମାନଙ୍କର କାର୍ଯ୍ୟକଳାପ ସେଠିକାର ପ୍ରଶାସନର ଚିନ୍ତା ବଢାଇଛି । ନିର୍ବାଚନ କାର୍ଯ୍ୟକ୍ରମରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିପାରେ ।

ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ପରିସ୍ଥିତିର ସୁରକ୍ଷା ଉପରେ ନଜର ରଖାଯାଉଛି ଏବଂ ନିର୍ବାଚନ ପ୍ରସ୍ତୁତି ଉପରେ ନିର୍ବାଚନ ଆୟୋଗ ନଜର ମଧ୍ୟ ରଖିଛନ୍ତିି । ଲୋକସଭା ନିର୍ବାଚନ ପରେ ପରବର୍ତ୍ତିତ ସମୟର ପରିସ୍ଥିତିକୁ ମଧ୍ୟ ନିର୍ବାଚନ ଆୟୋଗ ଆକଳନ କରୁଛନ୍ତି । ନିର୍ବାଚନ ଆୟୋଗଦଳ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ସ୍ଥିର କରିବାରେ ବ୍ୟସ୍ତ ଅଛନ୍ତି ।

ସୂଚନା ଅନୁସାରେ ଜଣାପଡିଛି ଯେ, ଯଦି ନିର୍ବାଚନ ସମୟରେ ଜାମ୍ମୁ କାଶ୍ମୀରରେ ସବୁ କିଛି ଠିକ ରୁହେ । ତେବେ ଅଗଷ୍ଟର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଘୋଷଣା କରାହେବ । ଜାମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନରେ ଭୋଟ୍ ପାଇଁ ଲୋକମାନେ ବହୁତ ଉତ୍ସାହ ଥିଲେ । ଶ୍ରୀନଗରରେ ମତଦାନ ଏକ ନୂଆ ରେକର୍ଡ ସୃଷ୍ଟି କରିଥିବାବେଳେ ୟୁନିଅନ୍ ଟେରିଟୋରୀ ରେ ଅନ୍ୟାନ୍ୟ ଆସନରେ ମଧ୍ୟ ଭୋଟ ଦେବା ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।

ଜାମ୍ମୁ କାଶ୍ମୀରର ସ୍ଥାନୀୟ ଦଳ ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କ ପାର୍ଟି ନ୍ୟାସନାଲ କନଫରେନ୍ସ୍ ଏବଂ ମେହବୁବ୍ ମୁଫତିଙ୍କ ନେତୃତ୍ୱ ପିଡିପି ଦଳ ସମେତ ଜାମ୍ମୁ କାଶ୍ମୀର ଲୋକାଲ୍ ପାର୍ଟି ମାନେ ନିର୍ବାଚନ ଦାବି କରିଆସୁଛନ୍ତି । ସୁପ୍ରିମକୋର୍ଟ ସେପ୍ଟେମ୍ବର ୩୦ ସୁଧା ନିର୍ବାଚନ ଶେଷ କାରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।