ଜମ୍ମୁ-କଶ୍ମୀର କୁପୱାଡାରେ ଗୁଳି ବିନିମୟ । ଆତଙ୍କବାଦୀ ଗୁଳିରେ ୪ ଯବାନ ସହିଦ ।

Advertisment
ଜମ୍ମୁ-କଶ୍ମୀର କୁପୱାଡାରେ ଗୁଳି ବିନିମୟ । ଆତଙ୍କବାଦୀ ଗୁଳିରେ ୪ ଯବାନ ସହିଦ ।

କନକ ବ୍ୟୁରୋ: ଜମ୍ମ-କଶ୍ମୀରରେ ୪ ଯବାନ ସହିଦ । ସୂଚନା ମୁତାବକ ଜମ୍ମୁ-କଶ୍ମୀର କୁପୱାଡ଼ା ଜିଲ୍ଲାରେ ଆତଙ୍କବାଦୀ ଓ ପୁଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯେଉଁଥିରେ ୪ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ଜଣାପଡ଼ିଛି । ତେବେ ସହିଦଙ୍କ ମଧ୍ୟରେ ସିଆରପିଏଫର ୨ ଜଣ ଯବାନ ଏବଂ ଜମ୍ମୁ-କଶ୍ମୀର ପୁଲିସର ୨ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ପୁପୱାଡ଼ାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଏନକାଉଣ୍ଟରେ ନିହତ ହେବା ଛଳନା କରି ଆତଙ୍କବାଦୀ ଜଣକ ଚତୁରତାର ଯବାନଙ୍କ ଉପରକୁ ଆଖିବୁୂଜା ଗୁଳି ଚଳାଇଥିଲା ।

publive-imageଯବାନ-ଆତଙ୍କବାଦୀ ଗୁଳି ବିନିମୟରେ ଏକାଧିକ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ଚିକିତ୍ସା ପାଇଁ ସେନା କ୍ୟାମ୍ପରେ ଭର୍ତ୍ତି କରାଯାଇଛି । ଗୋଟିଏ ପଟେ ଭାରତ-ପାକିସ୍ତାନ ମଧ୍ୟରେ ପାଇଲଟ ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଲାଗି ରହିଥିବାବେଳେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି ୪ ଯବାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe