ଜମ୍ମୁ-କାଶ୍ମୀରରେ ଆଜି ବି ଦେଖାଦେଇଛି ହଇଚଇ

Advertisment

କାଶ୍ମୀର ଘାଟିରେ ୧୪୪ ଧାରା ଲାଗୁ

ମୋବାଇଲ –ଲ୍ୟାଣ୍ଡଲାଇନ ସେବା ସଂପୂର୍ଣ୍ଣ ରୂପେ ଠପ୍

ଜମ୍ମୁରେ ବି ଅତିରିକ୍ତ ସେନା ମୁତୟନ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେଲା କ୍ୟାବିନେଟ୍ ବୈଠକ

କନକ ବ୍ୟୁରୋ: ସରିଲା କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ବୈଦେଶିକ ମନ୍ତ୍ରୀ , ପ୍ରତିରକ୍ଷୀ ଓ ଅର୍ଥମନ୍ତ୍ରୀଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ସାମିଲ ହୋଇଥିଲେ ।

publive-image

ତେବେ ବୈଠକରେ କଣ ନିଷ୍ପତି ନିଆଯାଇଛି ତାହା ଏବେବି ଅସ୍ପଷ୍ଟ ରହିଛି । ଯାହାକୁ ନେଇ ବର୍ତ୍ତମାନ ସମସ୍ତଙ୍କ ନଜର ସଂସଦ ଉପରେ ରହିଛି । କାହିଁକି ନା ଗୃହମନ୍ତ୍ରୀ ଅମିତ ଶାହା ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏପ୍ରସଙ୍ଗରେ ବୟାନ ରଖିପାରନ୍ତି । ସେପଟେ ସଂସଦରେ ବିରୋଧୀ ଦଳର ଅନେକ ନେତାଙ୍କ ପକ୍ଷରୁ ଉଭୟ ଗୃହରେ ଏପ୍ରସଙ୍ଗରେ ମତୁଲବୀ ପ୍ରସ୍ତାବ ଦିଆଯାଇଥିଲା । ତେଣୁ ଏଭଳି ପରିସ୍ଥିତିରେ ଅମିତ ଶାହା କାଶ୍ମୀର ପ୍ରସଙ୍ଗରେ ସରକାରଙ୍କ ନୀତି ସ୍ପଷ୍ଟ କରିପାରନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ଆରକ୍ଷଣ ବିଲ ଉପସ୍ଥାପନା କରାଯିବାର ପ୍ରସ୍ତାବ ରହିଛି ।