ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ପ୍ରଥମଥର ପାଇଁ ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତ୍ ଶ୍ରୀନଗର ଗସ୍ତରେ ଯିବେ । ସେନା ପ୍ରମୁଖ ଶୁକ୍ରବାର ଶ୍ରୀନଗର ଗସ୍ତରେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ଜାଞ୍ଚ୍ କରିବେ । ଏନଏସଏ ଅଜିତ୍ ଡୋଭାଲ୍ ଙ୍କ ପରେ ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତ୍ ଶ୍ରୀନଗର ଗସ୍ତ କରିବେ । ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରର ଅନେକ ଅଞ୍ଚଳରେ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ବର୍ତ୍ତମାନ ଧିରେ ଧିରେ ଘାଟିରେ ଅବସ୍ଥା ପୂର୍ବାବସ୍ଥାକୁ ଫେରୁଛି । ତେବେ କିଛି କିଛି ଅଞ୍ଚଳରେ ଏବେ ଫୋନ୍ ସେବା ଚାଲୁ ହୋଇଛି ।
ତେବେ ଘାଟିରେ ସୁରକ୍ଷା ବ୍ୟବସ୍ଥା ଏବେ ବି ପୂର୍ବଭଳି ହିଁ କଡାକଡି ରହିଛି । ସମ୍ବେଦଶୀଳ ସ୍ଥାନ ମାନଙ୍କରେ ସେନା ଯବାନ ପ୍ରହରା ଦେଉଛନ୍ତି । ଜମ୍ମୁ-କାଶ୍ମୀରରେ ଟେଲିଫୋନ୍ ଏକ୍ସଚେଞ୍ଜ ଖୋଲାଯାଉଛି । ଲ୍ୟାଣ୍ଡଲାଇନ୍ ସେବା ଧିରେ ଧିରେ ପୂର୍ବଭଳି ସାମାନ୍ୟ ହେଉଛି ।
Follow Us
/kanak/media/post_attachments/wp-content/uploads/2019/08/bipin-rawat-647_010517081812-300x187.jpg)