କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରକୁ ନେଇ ଭାରତର ନିଷ୍ପତ୍ତିକୁ ସମର୍ଥନ ଜଣାଇଲା ରୁଷ । ରୁଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଭାରତ ଜମ୍ମୁ ଏବଂ କାଶ୍ମୀରକୁ ଦୁଇ ଭାଗରେ ବିଭାଜନ ଏବଂ କେନ୍ଦ୍ର ଶାସିତ ପ୍ରଦେଶ କରିବାର ନିଷ୍ପତ୍ତି ସମ୍ବିଧାନି ଅନୁସାରେ ହିଁ ନେଇଛି । ମାସ୍କୋକୁ ଆଶା ରହିଛି କି, ଜମ୍ମୁ-କାଶ୍ମୀର ରାଜ୍ୟ ଉପରେ ଦିଲ୍ଲୀ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାକୁ ଦେବ ନାହିଁ ।

Advertisment

publive-image

ତେବେ ରୁଷର ବୈଦେଶିକ ମନ୍ତ୍ରାଳୟ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଆମର ଆଶା ରହିଛି କି ଉଭୟ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦଗୁଡିକୁ ଦ୍ୱିପାକ୍ଷିୟ ଆଧାରରେ ରାଜନୈତିକ ଏବଂ ରାଜନୟିକ ତରିକାରେ ସମାଧାନ କରାଯିବ । ଭାରତ ଏବଂ ପାକିସ୍ତାନ ଜମ୍ମୁ-କାଶ୍ମୀରରେ କରାଯାଇଥିବା ପରିବର୍ତ୍ତନ ପରେ କୌଣସି ପ୍ରକାରର ଅସନ୍ତୋଷକୁ ପ୍ରସୟ ଦିଆଯିବ ନାହିଁ ।

publive-image

ଉଲ୍ଲେଖ ଥାଉ କି, ଭାରତୀୟ ସଂସଦରେ ୩୭୦ ଧାରା ଉଚ୍ଛେଦ ପରେ ସହିପାରୁନି ପାକିସ୍ତାନ । ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିବା ସହ ସମସ୍ତ ବାଣିଜିକ ସମ୍ପର୍କ ମଧ୍ୟ ଛିନ୍ନ କରିଛି । ଯୋଧପୁରରୁ କରାଚୀ ଯାଉଥିବା ‘ଥର’ ଏକ୍ସପ୍ରେସକୁ ମଧ୍ୟ ପାକିସ୍ତାନ ବାତିଲ କରିଛି । ଏହାସହ ଦିଲ୍ଲୀ ଲାହୋର ବସ୍ ସେବାକୁ ବନ୍ଦ କରିବାକୁ ଶୁକ୍ରବାର ଘୋଷଣା କରିଛି । ତେବେ ଭାରତ ବିରୋଧୀ ନିଷ୍ପତି ନେଉଥିବା ପାକିସ୍ତାନକୁ ଭାରତର ବିଦେଶ ମନ୍ତ୍ରାଳୟ କଡା ଜବାବ ଦେଇଛି ।

publive-image

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ପାକିସ୍ତାନକୁ ବାସ୍ତବତା ସ୍ୱୀକାର କରିବାକୁ ପଡିବ । ଏବଂ ଏକଥା ଭଲ ଭାବରେ ବୁଝିବାକୁ ପଡିବ ଯେ ୩୭୦ ଧାରା ଉଚ୍ଛେଦ ଦେଶର ଆଭ୍ୟନ୍ତରୀଣ ବ୍ୟାପାର । ଏବଂ ପାକିସ୍ତାନ ଏଥିରେ ଆଦୌ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ । ବର୍ଷ ବର୍ଷ ଧରି ଜମ୍ମୁକଶ୍ମୀରରେ ବିଛିନ୍ନତାବାଦୀ ଓ ଆଜାଦ କାଶ୍ମୀର ସମର୍ଥକଙ୍କୁ ଉସୁକାଇ ପାକିସ୍ତାନ ଯେଉଁ ଷଡଯନ୍ତ୍ର ଚଳାଇଥିଲା ସେଥିରେ ପାଣି ପୁରାଇ ଦେଇଛି ମୋଦି ସରକାରଙ୍କ ଗୋଟିଏ ନିଷ୍ପତ୍ତି ଯେଉଁଥିପାଇଁ ବିଚଳିତ ହୋଇପଡିଛି ପାକିସ୍ତାନ ଏବଂ କଣ କରିବ କଣ ନକରିବ କିଛି ବୁଝିପାରୁନି ।