ଧାରା ୩୭୦ କୁ ନେଇ ଆଜି ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ! କରିପାରନ୍ତି ବଡ ଘୋଷଣା ।

ଧାରା ୩୭୦ କୁ ନେଇ ଆଜି ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ! କରିପାରନ୍ତି ବଡ ଘୋଷଣା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ଏବଂ ଏହାର ପୁନର୍ଗଠନ ବିଲକୁ ନେଇ ସରକାରଙ୍କ ପକ୍ଷ ରଖିବାକୁ ନେଇ ଆଜି ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏହି ସମୟରେ ସେ ଜମ୍ମୁ-କାଶ୍ମୀରକୁ ନେଇ ଏକ ବଡ ଘୋଷଣା କରିପାରନ୍ତି । ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ପ୍ରଥମଥର ପାଇଁ ମୋଦି ଦେଶକୁ ସମ୍ବୋଧିତ କରିବେ । ଆକାଶବାଣୀ ଜରିଆରେ ସେ ଦେଶକୁ ସମ୍ବୋଧିତ କରିବେ । ଏଥିପାଇଁ ଆକାଶବାଣୀ ପକ୍ଷରୁ ସନ୍ଧ୍ୟା ୪ ଟା ସମୟରେ ସମ୍ବୋଧନ କରିବା ପାଇଁ ସମୟ ଦିଆଯାଇଥିଲା କିନ୍ତୁ କୌଣସି କାରଣ ବଶତଃ ପରେ ଏହି ସମୟକୁ ପରିବର୍ତ୍ତନ କରାଯାଇଥିଲା । ତେବେ ମୋଦି କେତେବେଳେ ଏହି ପ୍ରୋଗ୍ରାମ କରିବେ ଏହାର କୌଣସି ସୂଚନା ମିଳିନାହିଁ ।

publive-image

ଗତଥର ମାର୍ଚ୍ଚ ୨୭ ତାରିଖରେ ଭାରତରେ ଆଣ୍ଟି –ସାଟେଲାଇଟ୍ ମିସାଇଲ୍ ର ସଫଳ ପରୀକ୍ଷଣ ପରେ ଏକ ଲାଇଭ୍ ସାଟେଲାଇଟ୍ ମାରି ଗଡାଇଥିବା ସମୟରେ ମୋଦି ଭାରତକୁ ସମ୍ବୋଧିତ କରିଥିଲେ । ଏହା ପୂର୍ବରୁ ମୋଦିଙ୍କୁ ଅଗଷ୍ଟ ୭ ତାରିଖରେ ସମ୍ବୋଧିତ କରିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା କିନ୍ତୁ ପୂର୍ବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିଧନ ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଏହାପୂର୍ବରୁ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ-କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe