କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ରାଜୋରୀ ଠାରେ ସେନାର ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିବାରୁ ୨ଜଣ ଯବାନଙ୍କର ମୃତ୍ୟୁ ହୋଇଛି । ଏହାସହ ୩ଜଣ ଯବାନ ଗୁରୁତର ହୋଇଥିବା କଥା ସୂଚନା ମିଳିଛି । ସୂଚନା ପାଇବା ପରେ ଦମକଳବାହିନୀ ପହଂଚି ମୃତ ଓ ଆହତ ଯବାନଙ୍କୁ ଖାଲ ଭିତରୁ ବାହାର କରିଛନ୍ତି । ଏହାସହ ଗୁରୁତର ହୋଇଥିବା ୩ଜଣ ଯବାନଙ୍କୁ ମେଡିକାଲ ପଠାଇଛନ୍ତି ।

Advertisment

ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଦୁର୍ଘଟଣା ଏଲଓସି ନିକଟରେ ଥିବା ଫେରି ସେକ୍ଟର ଠାରେ ଘଟିଛି । ଦୁର୍ଘଟଣାରେ ଜୀବନ ହରାଇଥିବା ଦୁଇଜଣ ଯବାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ବିହାରର ସୁଧିର କୁମାର ଓ ରାଜୋରୀର ପରମବୀର ଶର୍ମା ।

ସୂଚନା ଥାଉକି, ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ସିକ୍କିମ ଠାରେ ସମାନ ଧରଣର ଦୁର୍ଘଟଣା ହୋଇଥିଲା ଜେମା ଠାରେ ସେନାର ଏକ ଟ୍ରକ ରାସ୍ତାତଳକୁ ଖସିପଡିବାରୁ ୧୬ଜଣ ଯବାନ ସହିଦ ହୋଇଥିଲେ ।