କନକ ବ୍ୟୁରୋ : ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଅନନ୍ତନାଗ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଁଣ୍ଟର ହୋଇଛି । ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ କର୍ନଲ ମନପ୍ରୀତ ସିଂ ସହିଦ ହୋଇଛନ୍ତି । ଏହାସହ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି ।

Advertisment

ସେପଟେ ରାଜୌରୀ ଠାରେ ସୋମବାର ଦିନ ହୋଇଥିବା ଏନକାଉଁଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏବଂ ଜଣେ ଯବାନ ଓ ଜଣେ ପୋଲିସ କର୍ମୀ ସହିଦ ହୋଇଥିଲେ । ଏହି ଅପରେଶନରେ ସେନାର ଏକ କୁକୁର ମଧ୍ୟ ମୃତ୍ୟୁବରଣ କରିଥିଲା ।

ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁରକ୍ଷାବାହିନୀର ଏନକାଉଁଣ୍ଟରରେ ୨୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏହାସହ ୧୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ପିଟିଆଇ ତରଫରୁ ଏହି ସୂଚନା ମିଳିଛି ।