ଜମ୍ମୁ-କାଶ୍ମୀରରେ ସିଆରପିଏଫ୍ ଗାଡି ପାଖରେ ପୁଣି ଧମାକା ! ଜଳିଗଲା କାର୍ ,ଡ୍ରାଇଭର୍ ଫେରାର୍ ।

ଜମ୍ମୁ-କାଶ୍ମୀରରେ ସିଆରପିଏଫ୍ ଗାଡି ପାଖରେ ପୁଣି ଧମାକା ! ଜଳିଗଲା କାର୍ ,ଡ୍ରାଇଭର୍ ଫେରାର୍ ।

Zee News

ଜମ୍ମୁ-କାଶ୍ମୀରର ନ୍ୟାସନାଲ୍ ହାଇୱେରେ ଶନିବାର ଏକ କାରରେ ଜୋରଦାର ଧମାକା ହେବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ପୁଣିଥରେ ଡର ବସା ବାନ୍ଧିଛିି । କୁହାଯାଉଛି କି କାରରେ ସିଲିଣ୍ଡର ଫାଟି ବ୍ଲାଷ୍ଟ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ଡ୍ରାଇଭର୍ ଫେରାର୍ ଅଛି । ଏହି ବ୍ଲାଷ୍ଟରେ ଗାଡି ସମ୍ପୁର୍ଣ୍ଣ ଭାବରେ କ୍ଷତିଗ୍ରସ୍ଥ ହୋଇଛି । ଫଟୋରୁ ଆପଣ କାରର ଅବସ୍ଥା ଜାଣିପାରୁଥିବେ । ଏହି ଧମାକାରେ ସେନାର ଗୋଟିଏ ଗାଡି ମଧ୍ୟ ଅଳ୍ପ କ୍ଷତିଗ୍ରସ୍ଥ ହୋଇଛି । ସିଆରପିଏଫ୍ ର ଏକ ଗାଡିର ପଛ ଅଂଶରେ ନିଆଁ ଲାଗିଯାଇଛି । କିନ୍ତୁ ଏଥିରେ କେହି କ୍ଷତିଗ୍ରସ୍ଥ ହୋଇନାହାନ୍ତି ।

publive-image

ସିଆରପିଏଫ୍ ସୁତ୍ରନୁସାରେ,ଏହା କୌଣସି ଆକ୍ରମଣ ଭଳି ଲାଗୁନଥିବାରୁ କେବଳ ଗ୍ୟାସ୍ ଫାଟିବା କଥା ବୋଲି ଜଣାପଡିଛି । ଆକ୍ରମଣ ଜାତୀୟ ରାଜପଥ ବନିହାଲ୍ ପାଖରେ ହୋଇଛି । କିଛି ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି ଯେ କାର୍ ଟି ସିଆରପିଏଫ୍ ଗାଡିକୁ ଟକ୍କର ମାରିଥିଲା । ୧୪ ଫେବୃଆରୀ ପୁଲୱାମାରେ ହୋଇଥିବା ଆକ୍ରମଣରେ ସିଆରପିଏଫର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଥିବା ବେଳେ ଆକ୍ରମଣକୁ ଦେଶବାସୀ ଏଯାଏଁ ଭୁଲି ପାରିନାହାନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe