ଜାମ୍ମୁରେ ଏନକାଉଣ୍ଟର ! ସେନାର ଗୁଳି ମାଡରେ ଆତଙ୍କବାଦୀ ଜାକିର ମୁସାରର ଘନିଷ୍ଠ ସହଯୋଗୀ ନିହତ

Advertisment
ଜାମ୍ମୁରେ ଏନକାଉଣ୍ଟର ! ସେନାର ଗୁଳି ମାଡରେ ଆତଙ୍କବାଦୀ ଜାକିର ମୁସାରର ଘନିଷ୍ଠ ସହଯୋଗୀ ନିହତ

Times Now

କନକ ବ୍ୟୁରୋ : ଆଜି ସକାଳୁ ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ନିରାପତ୍ତା ବଳ ମୋଷ୍ଟ୍-ଓ୍ଵାଣ୍ଟେଡ୍ ଆତଙ୍କବାଦୀ ଜାକିର ମୁସାର ଘନିଷ୍ଠ ସହଯୋଗୀ ଇଶଫକ ସୋଫିକୁ ଗୁଳିମାରି ହତ୍ୟା କରିଛନ୍ତି। ଇଶଫକ ସୋଫି ଓରଫ ଅବଦ୍ଦୁଲ୍ଲା ଭାଇ ଜମ୍ମୁ ଓ କଶ୍ମୀର ଇସଲାମିକ ଷ୍ଟେଟର କମାଣ୍ଡର୍ ଥିଲା।

publive-image source : Siasat

ଆଇଏସଜେକେ ଆଇଏସ୍-ପ୍ରେରିତ ସଂଗଠନ ଏବଂ ଏହାର ମୁଖ୍ୟ ହେଉଛି ଜାକିର ମୁସା। କଶ୍ମୀର ଠାରେ ଥିବା ଏହି ଆତଙ୍କବାଦୀ ସଂଗଠନରେ ଇଶଫକ ଥିଲା ଜୀବିତ ବ୍ୟକ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ୨୦୧୫ରେ ହର୍କତ୍-ଉଲ୍ ମୁଜାହିଦୀନରେ ଯୋଗ ଦେଇଥିଲା, କିନ୍ତୁ ପରେ ୨୦୧୬ରେ ଆଇଏସଜେକେରେ ଯୋଗ ଦେଇଥିଲା। ତେବେ ଜମ୍ମୁରେ ଭାରତୀୟ ସେନା ପକ୍ଷକୁ ଜୋରଦାର କମ୍ବିଂ ଅପରେସନ କରିଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe